BREAKING
Loading...
:

ଆଧୁନିକ ଯନ୍ତ୍ର ବାଦ୍ୟରେ ହଜିଗଲାଣି ପାରମ୍ପରିକ ମୃଦଙ୍ଗ ବାଦ୍ୟ ।

 ଆଧୁନିକ ଯନ୍ତ୍ର ବାଦ୍ୟରେ ହଜିଗଲାଣି ପାରମ୍ପରିକ ମୃଦଙ୍ଗ ବାଦ୍ୟ ।



ପରଜଙ୍ଗ, -: ଅରଜଙ୍ଗ, ହଜିଗଲାଣି ପାରମ୍ପରିକ ବାଦ୍ୟ ଦିନ ଥିଲା ଗାଁଠୁ ସହର, ପୂଜାଠୁ ପର୍ବପର୍ବାଣୀ ସବୁଠି ଶୁଭୁଥିଲା ମୃଦଙ୍ଗର ମଧୁର ତାଳ ଧାର୍ମିକ ଓ ସାଂସ୍କୃତିକ ଆୟୋଜନରେ ମୃଦଙ୍ଗର ବାଦ୍ୟ ତିଆରି କରୁଥିବା କାରିଗରଙ୍କ ଜୀବିକା ଉପରେ କୌଳିକ ବେଉସାକୁ ବଞ୍ଚାଇ ରଖିଛନ୍ତି ବୃଦ୍ଧ କାରିଗର l ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ନୀଳକଣ୍ଠପୁର ଗାଁର ବୃଦ୍ଧ ମୃଦଙ୍ଗ କାରିଗର ବାଉରୀ ନାଏକ ଆଜି ମଧ୍ୟ ନିଜ କୌଳିକ ବେଉସାକୁ ସାଇତି ରଖିଛନ୍ତି l ଶରୀର ନଇଁ ପଡ଼ିଥିଲେ ମଧ୍ୟ ମୂଦଙ୍ଗ ତିଆରି କରିବାର ନିଶା ତାଙ୍କୁ ଛାଡ଼ିନାହିଁ।

ସ୍ବତନ୍ତ୍ର ପରିଚୟ ଥିଲା ହେଲେ, ସମୟ ବଦଳିବା ସହ ଆଧୁନିକ ଯନ୍ତ୍ର ବାଦ୍ୟ , ଡିଜେ ଓ ଇଲେକ୍ଟ୍ରୋନିକ୍ ବାଦ୍ୟଯନ୍ତ୍ରର ଚାହିଦା ବଢ଼ିବାରୁ ଏବେ ମୃଦଙ୍ଗର ଚାହିଦା ଧୀରେ ଧୀରେ କମିବାରେ ଲାଗିଛି | ଏହାର ପ୍ରଭାବ ପଡ଼ିଛି ଏହି ପାରମ୍ପରିକ ନିଜ ହାତର କଳା ଓ ଦୀର୍ଘ ବର୍ଷର ଅଭିଜ୍ଞତାକୁ ପାଥେୟ କରି ସେ ଆଜି ମଧ୍ୟ ମୃଦଙ୍ଗ ଗଢ଼ି ଚାଲିଛନ୍ତି l ବର୍ଷ ବର୍ଷ ଧରି ମୃଦଙ୍ଗ ତିଆରି କରି ପରିବାର ପୋଷଣ କରିଆସୁଥିବା ବାଉରୀଙ୍କ ପାଇଁ ଏହା କେବଳ ଏକ ବେଉସା ନୁହେଁ ବରଂ ପୂର୍ବ ପୁରୁଷ ଧରି ଚାଲିଆସିଥିବା ପରମ୍ପରା। ହେଲେ, ଆଧୁନିକ ବଜାର ବଢ଼ୁଥିବାବେଳେ ମୃଦଙ୍ଗର ଚାହିଦା କମିବା ତାଙ୍କୁ ଚିନ୍ତିତ କରିଛି ଏଭଳି ପାରମ୍ପରିକ କାରିଗରଙ୍କ କଳାକୁ ବଞ୍ଚାଇ ରଖିବା ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ, କାରିଗରଙ୍କୁ ସହାୟତା ଓ ମୃଦଙ୍ଗର ବଜାର ସୃଷ୍ଟି ଆବଶ୍ୟକ ନଚେତ୍ ଆଧୁନିକ ବାଜାରର କୋଳାହଳ ଭିତରେ ମୃଦଙ୍ଗର ମଧୁର ତାଳ ସହ ଏହାକୁ ଗଢ଼ୁଥିବା କାରିଗରୀ ପରମ୍ପରା ମଧ୍ୟ ଦିନେ ଲୋପ ପାଇଯିବା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS