ଶେଷଦେବ ସ୍ବାଇଁ ଗଣିଆ ବ୍ଳକ ବିଜୁ ଜନତା ଦଳର ନୂତନ ସଭାପତି
ଗଣିଆ ୩୦/୦୧(ମଣିଭଦ୍ରା ଖବର) ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଣିଆ ବ୍ଳକ ବିଜୁ ଜନତା ଦଳର ନୂତନ ସଭାପତି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କୁ ମନୋନୀତ କରାଯାଇଛି । ଗଣିଆ ବ୍ଳକର ଜଣେ ଦକ୍ଷ ସଂଗଠକ ଭାବେ ଶ୍ରୀ ସ୍ୱାଇଁ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ବ୍ଳକ ଅଧ୍ୟକ୍ଷ ଭାବେ ତାଙ୍କର ଜନହିତକର କାର୍ଯ୍ୟ ଆଜି ବି ଜନସାଧାରଣ ମନେ ପକାଉଛନ୍ତି ।
ତେବେ ଶ୍ରୀ ସ୍ବାଇଁ ନୂତନ ସଭାପତି ହେବା ପରେ ଗଣିଆ ବ୍ଳକ ବିଜୁ ଜନତା ଦଳର କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କର୍ମୀମାନେ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଦଳର କର୍ମୀଙ୍କୁ ଏକାଠି କରି ଆଗକୁ ବଢିବେ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିବା ସହିତ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର ରାଜନୀତି ସରଗରମ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି । ଦଶପଲ୍ଲା ବିଧାୟକ ତଥା ବିଜୁ ଜନତା ଦଳର ନୟାଗଡ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମଣିଭଦ୍ରା ଖବର, ଗଣିଆ



Post a Comment