BREAKING
Loading...
:

ଗଣିଆରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

 ଗଣିଆରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ନୟାଗଡ ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ମଧୁମିତା ରଥ,ଏସପି ଶୁଭେନ୍ଦୁ ପାତ୍ର,ଏସଡିପିଓ ସରୋଜ କୁମାର ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତି, ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବି ଏସ୍ ରାଓଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ,କୃଷି, ମତ୍ସ୍ୟ,ବନ ବିଭାଗ, ବିଦ୍ୟୁତ୍ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାସନ୍ କାର୍ଡ,ଭତ୍ତା, ଆବାସ ଯୋଜନା, ରାସ୍ତା ନିର୍ମାଣ ସମ୍ପର୍କିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।



 ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କ ସହିତ ଅଭିଯୋଗ ସମ୍ପର୍କରେ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ତେବେ ଦିନକୁ ଦିନ ଜନ ଅଭିଯୋଗ ଶୁଣାଣି ପ୍ରତି ଜନସାଧାରଣଙ୍କ ଆଉ ଆସ୍ଥା ରହୁନି ବୋଲି ସାଧାରଣରେ ଆଲୋଚନା ହେଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS