BREAKING
Loading...
:

ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ

 ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ପରିଷଦ ବୈଠକ,



ଦୁଇ ବାର୍ଷିକ ନିର୍ବାଚନ ଅନୁଷ୍ଠିତ , ତପନ ସଭାପତି ଓ ଲୋହିତ ସାଧାରଣ ସମ୍ପାଦକ ନିର୍ବାଚିତ

ଖୋରଧା ୧୧/୧୦: ଖୋରଧା ଜିଲା ସାମ୍ବାଦିକ ୟୁନିଅନ୍‌ (କେଡିୟୁଜେ)ର ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଅଛି। ରବିବାର ଖୋରଧା ଜିଲ୍ଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ସାଂଗଠନିକ ଆଲୋଚନା ସହ ନୂତନ କମିଟି ଗଠନ କରାଯାଇଛି। ଏଥିରେ ତପନ କୁମାର ନାୟକ ସଭାପତି ଓ ଲୋହିତ ନାରାୟଣ ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ରାଜ୍ୟ ସାମ୍ବାଦିକ ସଂଗଠନ ଓୟୁଜେର ନିର୍ଦ୍ଦେଶକ୍ରମେ ଜିଲା ସଭାପତି ତପନ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଲୋହିତ ନାରାୟଣ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ସାମ୍ବାଦିକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସଭାପତି  ସାମ୍ବାଦିକତାରେ ନିରପେକ୍ଷତା, ସତ୍ୟ,ନିଷ୍ଠା ଓ କର୍ତ୍ତବ୍ୟ  ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସଂଘର ଏକତା, ଶୃଙ୍ଖଳା ଓ ସାମୂହିକ ସ୍ୱାର୍ଥର ସୁରକ୍ଷା ସହ ସାମ୍ବାଦିକତାର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ କାର୍ଯ୍ୟାଳୟ ସଂପାଦକ ପ୍ରସନ୍ନ ପାଇକରାୟ ନିର୍ବାଚନ ପରିଚାଳନା କରିଥିଲେ । 

ବୈଠକରେ ସଦସ୍ୟମାନେ ସଂଘର ବିଭିନ୍ନ ସାଂଗଠନିକ ସମସ୍ୟା, ଅଭିଜ୍ଞତା ଓ ଅଭିଯୋଗ ଉପସ୍ଥାପନ କରିବା ସହ ସଂଗଠନକୁ ଅଧିକ ସୁଦୃଢ଼ କରିବା ଓ ସଂଘର ନିଜସ୍ୱ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। 

ନୂତନ କମିଟିରେ ପ୍ରସନ୍ନ କୁମାର ପାଇକରାୟଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ସନତ କୁମାର ପଟ୍ଟନାୟକ, ରବି ସ୍ୱାଇଁ, ସୟଦ ଅନଶର ଅଲ୍ଲୀ ଓ ଦିଲୀପ ହୋତାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସେହିପରି ନାରାୟଣ ମହାନ୍ତି ଓ ଶ୍ରୀକାନ୍ତ ପ୍ରଧାନ ଉପସଭାପତି ଏବଂ ସନ୍ଦୀପ ବର୍ମନ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତି ନିର୍ବାଚିତ  ହୋଇଛନ୍ତି। ମିଡିଆ ସଂଯୋଜକ ଦାୟିତ୍ୱ ଶୁଭଲକ୍ଷ୍ମୀ ସାମନ୍ତରାୟ ଓ ମହମ୍ମଦ ଫଜଲୁର ରହମାନଙ୍କୁ ଦିଆଯାଇଛି।

ବ୍ଲକସ୍ତରରେ ସଂଘର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ପାଇଁ ଟାଙ୍ଗୀ ବ୍ଲକ ସମ୍ପାଦକ ଭାବେ ସ୍ୱାଗତିକା ପାହାଡ଼ସିଂହ, ଜଟଣୀ ବ୍ଲକ ସମ୍ପାଦକ ଭାବେ ଅଶୋକ ପଟ୍ଟନାୟକ, ବେଗୁନିଆ ବ୍ଲକ ସମ୍ପାଦକ ଭାବେ ଚନ୍ଦନ ସୁନ୍ଦରାୟ, ବୋଲଗଡ଼ ବ୍ଲକ ସମ୍ପାଦକ ଭାବେ ବାସୁଦେବ ବେହେରା ଏବଂ ଖୋରଧା ବ୍ଲକ ସମ୍ପାଦକ ଭାବେ ଜିତେନ୍ଦ୍ର ଭଞ୍ଜ ଙ୍କୁ ଚୟନ କରାଯାଇଛି।

ସଂଘର ଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛତା ପ୍ରସଙ୍ଗରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। 

ନୂତନ କର୍ମକର୍ତ୍ତା ନିର୍ବାଚନ ପରେ ସଂଘର ସାଂଗଠନିକ ଭିତ୍ତିକୁ ମଜବୁତ କରିବା, ସାମ୍ବାଦିକମାନଙ୍କ ସମସ୍ୟା ଓ ସ୍ୱାର୍ଥକୁ ପ୍ରାଥମିକତା ଦେବା ଏବଂ ନିରପେକ୍ଷ ସାମ୍ବାଦିକତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ଶେଷରେ ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ମଣିଭଦ୍ରା ଖବର, ଖୋର୍ଦ୍ଧା 

Post a Comment

Previous Post Next Post
Header ADS