BREAKING
Loading...
:

ଦ୍ୱିତୀୟ ଦିନର ବେଳାଭୂମି ମହୋତ୍ସବ ଧୁମ୍ ଧାମ ରେ ପାଳନ ହୋଇଛି।

 ଦ୍ୱିତୀୟ ଦିନର ବେଳାଭୂମି ମହୋତ୍ସବ ଧୁମ୍ ଧାମ ରେ  ପାଳନ ହୋଇଛି।



ବ୍ରହ୍ମପୁର -

 ଗୋପାଳପୁର ରେ ଅନୁଷ୍ଠିତ ହୋଇଥିବା ବେଳାଭୂମି ର  ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ବେଶ୍  ଧୁମ୍ ଧାମ ରେ ପାଳନ ହୋଇଛି।ଏହି  ବେଳାଭୂମି ମହୋତ୍ସବ ରେ  ରାଜ୍ୟର ରାଜ୍ୟସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

ଶ୍ରୀ ସୁରେଶ ପୂଜାରୀ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ  କରିଥିଲେ।ଏହା ସହିତ ଏହି ଉତ୍ସବ  ସହିତ ବନାରସ ରେ  ହୋଇଥିବା ଗଙ୍ଗା ଙ୍କ  ଆଳତୀ ସହିତ ସମୁଦ୍ର ଆଳତୀ ବିଷୟ ରେ  ମଧ୍ୟ ସେ କହିଥିଲେ।ବାଲାଭୂମି ମହୋତ୍ସବ  ଆନ୍ତର୍ଜାତୀୟ ସ୍ତରରେ ସିକୃତୀ ପାଇବ ବୋଲି ସିଏ ଆଶା ପୋଷୀ କରିଛନ୍ତି।


ରାଜ୍ୟ  ଖାଦ୍ୟ ଯୋଗାଣ ଓ  ଖାଉଟି  କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି  ଉତ୍ସବ ରେ ଯୋଗଦାନ କରି ଆଗାମୀ ଦିନରେ ଭାରତ ଏକ  ଶକ୍ତିଶାଳୀ ରାଷ୍ଟ୍ର ହୋଇ ବିଶ୍ଵ ଆଗରେ ଠିଆ ହେବ ବୋଲି ଆଶା ପୋଷଣ କରିଥିଲେ।

ଏହି  ଉତ୍ସବ ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ  ଜେନା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲାପାଳ  ଭି କିର୍ତ୍ତି  ଭାସନ୍,ଗଞ୍ଜାମ ଏସପି ସୁଭେନ୍ଧୁ କୁମାର  ପାତ୍ର ଯୋଗଦେଇଥିଲେ।


ଗଞ୍ଜାମ  ଏସପି  ଏହି  ଜନାସମାଗମ ଉତ୍ସବ ର  ସୁରକ୍ଷା କୁ  ତଦାରଖ କରୁଥିଲେ। ବ୍ରହ୍ମପୁର ମହାନଗର ନିଗମ ର ମେୟାର ସଂଘମିତ୍ର ଦଳେଇ  ଜିଲ୍ଲା ପରିଷଦ ର  ଅଧ୍ୟକ୍ଷା ଅଞଳୀ ସ୍ୱାଇଁ, ଗୋପାଳପୁର ର ବିକଶିତ ଅଞ୍ଚଳ ର  ପରିଷଦ ଅଧ୍ୟକ୍ଷ ଏ.ଜାନକୀ ରାମ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ  ଯୋଗ ଦେଇଥିଲେ।


ଏହି ପ୍ରକୃତିର ବରଦାନ ସମୁଦ୍ର ର  ବେଳାଭୂମି ରେ  କଣ୍ଠ ଶିଳ୍ପୀ ମୈଥାଳୀ ଠାକୁର, ସହାନୀ  ମିଶ୍ର,ରାହୁଲ ସିପ୍ଲିଗଞ୍ଜ ଓ ଶଶାଙ୍କ ଶେଖର ନିଜ ନିଜର  ସୁ ମଧୁର କଣ୍ଠରେ ସଙ୍ଗୀତ ପରିବେଷଣ  କରିଥିଲେ, ଓଡ଼ିଶୀ, ରାଜସ୍ଥାନୀ, ମୋଡେର୍ନ  ଡ୍ୟାନ୍ସ ,ଆଦିବାସୀ ନୃତ୍ୟ କାଠ ପଦାର ନବଦୁର୍ଗା ଓ ମହାରାଷ୍ଟ୍ର ର ଲାବଣୀ ସହିତ  ସମ୍ବଲପୁରୀ ନୃତ୍ୟ ଏହି ଉତ୍ସବ କୁ  ଆହୁରି ଚିତାକର୍ଷକ କରିଥିଲା।


ମନେ  ହୋଇଥିଲା ଗୋପାଳପୁର ର  ଜଳ ସମୁଦ୍ର ବେଳାଭୂମି ରେ ଏକାଠି ହୋଇଥିବା ଦିନ ସମୁଦ୍ର କୁ ଏକ ଲୟରେ ଦେଖୁଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS