ବାଙ୍କୀ ଉପଖଣ୍ଡର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ, କଟକ
ବାଙ୍କୀ- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଙ୍କୀ ଗ୍ରସ୍ତରେ ଆସି ବାଙ୍କୀ ଡମପଡା ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ବାଙ୍କୀ ଉପଖଣ୍ଡରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଵିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହିତ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରି ଧାର୍ଯ୍ୟ ସମୟରେ ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ବୈଠକ ଶେଷରେ ବାଙ୍କୀ ତହସିଲର ଅପରାଜିତା ପରିଡା,ନିରୂପମା ପଲେଇ, ରଘୁନାଥ ସେଠୀ, ତପନ ବେହେରା ପ୍ରମୁଖଙ୍କୁ ବସୁନ୍ଧରା ଯୋଜନାରେ ଓ ଡମପଡା ତହସିଲର ପଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସ୍ଥାୟୀ ପଟ୍ଟା ବଣ୍ଟନ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ ଯାଇ ପାଥପୁର, ହରିରାଜପୁର ଗ୍ରାମବାସୀଙ୍କ ସାମୁହିକ ସମସ୍ୟା ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ବାଙ୍କୀ ଶ୍ରୀ ପ୍ରଣବ କୁମାର ବେହେରା,ବି.ଡି.ଓ ଡମପଡା ଶ୍ରୀ ଅଂଶୁମାନ ଦାଶ, ତହସିଲଦାର ବାଙ୍କୀ ଓ ଡମପଡା ଶ୍ରୀ ଅଶେଷ ନାୟକ,ବୈଶାଖୀ ଲେଙ୍କାଙ୍କ ସମେତ ସମସ୍ତ ବିଭଗୀୟ ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment