କେନ୍ଦୁପଲ୍ଲୀ ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ ଶିବିର
୭୬ଗୋଟି ଅଭିଯୋଗ ସମାଧାନ
ବାଙ୍କୀ,୨/୨(ମାନସ ରଞ୍ଜନ ସାହୁ):କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ବାଉସାହେବ ସିନ୍ଧେ ଆଜି ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ କେନ୍ଦୁପଲ୍ଲୀ ଓ ଜଗନ୍ନାଥପୁର ଗ୍ରାମପଂଚାୟତକୁ ନେଇ ପଲ୍ଲୀରେ ପ୍ରଶାସନ ପକ୍ଷରୁ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ୬୫ଟି ବ୍ୟକ୍ତିଗତ ଓ ୧୧ଟି ଗୋଷ୍ଠୀ ଗତ ଅଭିଯୋଗ ଶୁଣାଣି ହୋଇ ଏହାର ଫଇସଲା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ଶିବିରରେ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ବାଙ୍କୀ ବ୍ଲକ ବିଡିଓ, ସଂଗ୍ରାମ କେଶରୀ ଭୋଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବୈଦ୍ୟେଶ୍ୱର ପ୍ରାଣୀଧନ ଚିକିତ୍ସକ, କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଜଗନାଥପୁର ସରପଞ୍ଚ ପ୍ରଭୁପ୍ରସାଦ ବେହେରା , ସମିତିସଭ୍ୟ ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଣାଣିରେ ସହଯୋଗ କରିଥିଲେ । ଏହି ଶିବିରକୁ ପି.ଇ.ଓ ଅକ୍ଷୟ କୁମାର ସାମଲ ପରିଚାଳନା କରିବା ସହିତ ଜଗନ୍ନାଥପୁର ଗ୍ରାମପଂଚାତୟ ପି.ଇ.ଓ ଓ ଏ.ଡି.ଇ.ଓ ସହଯୋଗ କରିଥିଲେ । ।


إرسال تعليق