ନେପାଳରେ ବନ୍ୟାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା
ଗଣିଆ ୨୯/୦୮(ମଣିଭଦ୍ରା ଖବର) ବନ୍ୟାର ବିଭୀଷିକା ଛାରଖାର କରି ଦେଇଛି । ଉଜୁଡି ଯାଇଛି ଅନେକ ପରିବାର । ମା କୋଳରୁ ପୁଅକୁ ଛଡାଇ ନେଇଛି ଅଚଳ ଜଳରାଶି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନେପାଳରେ । ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ନେପାଳରେ ବନ୍ୟାରେ ଭାସି ଯାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଗଣିଆରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଣିଆ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଗଣିଆ ଗାନ୍ଧୀ ପୀଠରେ ପହଞ୍ଚିଥିଲା । ସେଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା କଲ୍ଲିମୁଦ୍ଦିନ ଖାଁ, ନାରୀନେତ୍ରୀ ରଞ୍ଜୁଲତା ପଣ୍ଡା,ଅଖିଳ ମହାରଣାଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଯୁବ ଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق