ତୁଳସୀପୁରରେ ହିନ୍ଦୁ ସମ୍ମିଳନୀ
ବାଙ୍କୀ,2/2(ମାନସ ରଞ୍ଜନ ସାହୁ): ତୁଳସୀପୁର ଗ୍ରାମର ଶ୍ରୀ ଚୈତନ୍ୟ ଦେବ ମନ୍ଦିର ପ୍ରାଙ୍ଗଣରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅନୀରୁଦ୍ଧ ପଣ୍ଡା ଯୋଗଦେଇ ସନାତନ ଧର୍ମର ଲକ୍ଷ୍ୟ ଓ କିଭଳି ହିନ୍ଦୁ ସମାଜ ସୁରକ୍ଷିତ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ହିନ୍ଦୁ ସମାଜର ଗତି ଓ ମାର୍ଗ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିରଞ୍ôଚ ନାରାୟଣ ଷଡଙ୍ଗୀ, ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ, ରାମଚନ୍ଦ୍ର ଦାସ, ପ୍ରତାପ କୁମାର ସାହୁ, ମାୟାଧର ତ୍ରିପାଠୀ, ମାନସ ଦେବତା ପ୍ରମୁଖ ସଂଚାଳନ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق