ରାସ୍ତା ଅବସ୍ଥା ଶୋଚନୀୟ
କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣ ମାନଙ୍କ ଗମନା ଗମନ ସୁବିଧା ପାଇଁ କଚା ରାସ୍ତା କୁ ପକ୍କା ରାସ୍ତା ରେ ପରିଣତ କରିବାକୁ ଡିଣ୍ଡିମ ପିଟୁଛନ୍ତି. କିନ୍ତୁ କଟକ ବାଙ୍କୀ ମୁଖ୍ୟ ରାସ୍ତାକୁ ଦେଖିଲେ ସତେ ଯେପରି ଡବଲ ଇଂଜିନ ସରକାର ଆଣ୍ଠେଇ ପଡ଼ିଥିବା ପରି ମନେ ହେଉଛି.ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ ହୁଏ କିନ୍ତୁ ରାସ୍ତାର ଅବସ୍ଥା ଏତେ ଖରାପ ନ କହିବା ଭଲ.ରକ୍ଷାଣାବେକ୍ଷଣ ଅଭାବରୁ ରାସ୍ତା ଆଜି ମରଣଯନ୍ତା ପାଲଟିଛି.ପ୍ରତ୍ୟେକ ଦିନ ଶହ ଶହ ବାଲି ଗାଡି ଯିବା ଆସିବା ଦ୍ୱାରା ରାସ୍ତା ଭାଙ୍ଗି ଖାଲ ଖମା ରେ ପରିଣତ ହୋଇଛି ଓ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି. ଯାନବାହାନ ଯାତାୟାତ ସମୟରେ ଧୂଳି ଉଡୁଥିବାରୁ ପଥଚାରି ଓ ବାଇକ ଆରୋହୀ ମନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ବିପଯ୍ୟସ୍ତ ହେଉଛି. ପ୍ରତ୍ୟେକ ଦିନ ରାଜନେତା ଓ ପ୍ରଶାସନିକ ଅଧିକାରୀ ଏହି ରାସ୍ତାରେ ଯାଉଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନାହିଁ.ଟେଣ୍ଡର ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ ନ ହେବା ପୂର୍ତ୍ତ ବିଭାଗ ପରିବାପଣିଆକୁ ପଦାରେ ପକାଇଛି. ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ ସମ୍ଭବ ହେଇପାରିନି ଓ ଅଫିସ କୁ ଗଲେ ମଧ୍ୟ ଦେଖା ମିଳୁନି. ରାସ୍ତା କାମ ତୁରନ୍ତ କରିବା ପାଇଁ ଜନସାଧାରଣ ରେ ଦାବି ହୋଇଛି. ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق