BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା 


ଗଣିଆ ୨୮/୦୨(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାର୍ଯ୍ୟରତ ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଡାକ୍ତର ପ୍ରଭାକର ଦାଶ, ଡାକ୍ତର ସୁନିଲ କୁମାର ଦଳାଇ, ଡାକ୍ତର ରଜତ କୁମାର ପଣ୍ଡା, ଡାକ୍ତର ରାଜେନ୍ଦ୍ର ପ୍ରସାଦ ଦଳେଇ, ଅବସରପ୍ରାପ୍ତ ଷ୍ଟାଫନର୍ସ ବିଦ୍ୟୁତ୍ ପ୍ରଭା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀମତୀ ପ୍ରଧାନ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଥିଲେ । ତାଙ୍କର ସେବା ମନୋବୃତ୍ତି ପାଇଁ ସେ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଅଭିଜ୍ଞତାରେ ଡାକ୍ତର ମାନଙ୍କ ଠାରୁ ମଧ୍ୟ ଅଧିକ ଥିଲେ ଯାହା ଫଳରେ ଗଣିଆରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ନଥିଲେ ବି ସେ ଅନେକ ମହିଳାଙ୍କ ପ୍ରସବ କରାଇ ପ୍ରଶଂସା ସାଉଁଟି ଛନ୍ତି । ତାଙ୍କ ଅବସର ଫଳରେ ଗଣିଆ ଡାକ୍ତରଖାନା ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ହରାଇଲା ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । 




ଏହି ଅବସରରେ ବିଦାୟୀ ଷ୍ଟାଫନର୍ସଙ୍କୁ କର୍ମଚାରୀ ମାନଙ୍କ ତରଫରୁ ଉପହାର, ଉପଢୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସେ ବେଶ୍ ପରିଚିତ ଥିଲେ ବୋଲି ଗୋଷ୍ଠୀ ଅଧିକାରୀ ପ୍ରକାଶ କରିଥିଲେ । ତାଙ୍କର ଅବସର ଜୀବନ ନିରାମୟ ତଥା ସୁଖମୟ ହେଉ ବୋଲି ସେ ଜଣାଇଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS