ବର ଓ ଓସ୍ତ ବୃକ୍ଷର ସୁରକ୍ଷା କାର୍ଯ୍ୟକ୍ରମ
ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଗତ ବର୍ଷା ଋତୁରେ ବାଙ୍କୀର ବିଭିନ୍ନ ସ୍ଥାନରେ ବର ଓ ଓସ୍ତ ବୃକ୍ଷର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଅନେକ ସଂଗଠନ ଓ ସମାଜସେବୀ। ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର, କୁଶପଙ୍ଗୀ, ତାଳବସ୍ତ ପଞ୍ଚାୟତ ଅଧିନସ୍ଥ ପଦନପୁର, ଭିଜିପୁଟ ତଥା ଚନ୍ଦକା ପାଦଦେଶରେ ଅବସ୍ଥିତ ବାଘଖିଆ ନାଳ ନିକଟରେ ଲଗାଯାଇଥିବା, ଜାମୁ, ବେଲ, ବର, ଓସ୍ତ ଆଦି ଗଛ ଗୁଡିକର ସୁରକ୍ଷା ଦୃଷ୍ଟିରୁ ଗଛର ଚତୁପାର୍ଶ୍ବକୁ କଣ୍ଟାଗଛ ଓ ତାରବାଡଦ୍ବାରା ଆବଦ୍ଧ କରାଯାଇଛି। ଏହାସହିତ ନିକଟସ୍ଥ ଗ୍ରାମର ମେଣ୍ଢା, ଛେଳି, ଗାଈଗୋରୁ ରଖିଥିବା ଲୋକମାନଙ୍କୁ ବୃକ୍ଷ ହିଁ ଜୀବନ ଓ ବୃକ୍ଷର ସୁରକ୍ଷା ଆମର ଦାୟିତ୍ବ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ରଚଣ୍ଡ ଖରାରୁ ରକ୍ଷା କରିବା ପାଇଁ ଯୁବ ସଂଗଠକମାନଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା କାର୍ଯ୍ୟକ୍ରମରେ ରଘୁନାଥ କ୍ଲବ ଗୋଡିପାଟଣାର ସଭାପତି ଆଦିତ୍ୟ ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ସ୍ବାଇଁ, ସହସମ୍ପାଦକ ରବୀନ୍ଦ୍ର କୁମାର ଲେଙ୍କା, ପ୍ରମୋଦ ନାଏକ ଓ ଶ୍ରୀରାମ କମିଟି ତାଳବସ୍ତର ସଭାପତି ବିଶ୍ବରଞ୍ଜନ ସ୍ବାଇଁଙ୍କ ସମେତ ଅନେକ ସମାଜସେବୀ ଉକ୍ତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ଆଖପାଖ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମକୁ ଭୂୟଂସୀ ପ୍ରଂଶସା କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق