ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ l
ବୌଦ୍ଧ -ବୌଦ୍ଧ ଜିଲ୍ଲା ସରସରା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷ୍ୟା ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଏକ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମହାବିଦ୍ୟାଳୟ ଅଧକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ଛାତ୍ରୀ ମାନେ ଆତ୍ମାରକ୍ଷା ପ୍ରଶିକ୍ଷଣ ନେଇ ଦକ୍ଷ ଓ ଶାରୀରିକ ସୁସ୍ଥ ହେବାପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶିକ୍ଷିକା ସୁଶ୍ରୀ ସ୍ଵାଗତିକା ପ୍ରଧାନ ଯୋଗଦେଇ ଆତ୍ମାରକ୍ଷାର ବିଭିନ୍ନ କୌଶଳମାନ ଶିଖାଇଥିଲେ l ଅନ୍ୟତମ ଅତିଥିଭାବେ ସୁଦାମ ଭୋଇ ଯୋଗଦେଇ ଛାତ୍ରୀମାନେ ଛାତ୍ର ମାନଙ୍କୁ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ l ଅତିଥି ମାନଙ୍କ ଦ୍ୱାରା ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ l ଶେଷରେ ପ୍ରଶିକ୍ଷଣ ଅଧିକାରୀ ସୁଶ୍ରୀ ଶାଶ୍ଵତୀ ଶ୍ୱେତଳିନୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق