BREAKING
Loading...
:

କୋରାପୁଟ ପୋଲିସ କୁ ବଡ଼ ସଫଳତା ଗଂଜେଇ ତେଲ ଜବତ

 


କୋରାପୁଟ ପୋଲିସ କୁ ବଡ଼ ସଫଳତା ଗଂଜେଇ ତେଲ ଜବତ l

ଫୁଲବାଣୀ ପରେ କୋରାପୁଟ ଜିଲ୍ଲା ଗଂଜେଇ ମାଫିଆ ଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ବେଳେ ଏବେ ପ୍ରଥମ ଥର କୋରାପୁଟ ପୋଲିସ କୁ ଗଂଜେଇ ତେଲ ଓ ସାମଗ୍ରୀ ଧରିବା ରେ ସଫଳତା ମିଳିଥିବା ଘଟଣା ସାଧାରଣ ରେ ଆଲୋଡନ ସୃଷ୍ଟି ହୋଇଛି ଜଲlପୁଟ ଜଳାଶୟ ନିକଟବର୍ତ୍ତୀ ପlଡୁଆ ଥାନା ଅଧିନ ରେ ଥିବା ଓଡିଶା ଆନ୍ଧ୍ର ସୀମାନ୍ତ ରେ ଏକ ଦୁର୍ଗମ ଜଙ୍ଗଲ ରୁ ଅଠର ସହ ଲିଟର ଗଂଜେଇ ତେଲ ଓ କିଛି ଗଂଜେଇ ଉପକାରଣ ସାମଗ୍ରୀ ଓ ଗଂଜେଇ ଜବତ କରିଛି l କୋରାପୁଟ ଏସ ପି ରୋହିତ ବର୍ମା ଙ୍କ ସୂଚନା ପ୍ରକାରେ ଏହି ସାମଗ୍ରୀ ଗୁଡିକୁ ପୂର୍ବ ସୂଚନା ଅନୁସାରେ ଜବତ କରାଯାଇଥିବା ବେଳେ ଏହାର ବଜାର ମୂଲ୍ୟ ଆନୁମାନିକ 200କୋଟି ହେବ ବୋଲି ଜଣାପଡିଛି l ସୂଚନା ଯୋଗ୍ୟ କୋରାପୁଟ ର ପୂର୍ବତନ ଏସ ପି ତଥା ବର୍ତ୍ତମାନ ର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇ ଜି ବିଶାଳ କନୱାର ଶିଂ ଙ୍କ ସମୟ ରେ ଗଂଜେଇ ଧରପଗଡ଼ ଯୋଗୁଁ ଜିଲ୍ଲା ରେ ଗଂଜେଇ ଚାଲାଣ କୁ ରୋକାଯାଇପାରିଥିବା ବେଳେ ଗଂଜେଇ ମାଫିଆ ଙ୍କ ଆଖିରୁ ନିଦ ହଜିଯାଇଥିଲା l

Post a Comment

أحدث أقدم
Header ADS