ଅଦିନିଆ ବର୍ଷାରେ ଆମ୍ବ ଫସଲ ନଷ୍ଟ
ସିନାପାଲି, -: ନୂଆପଡା ଜିଲ୍ଲା, ସିନାପାଲି ଅଞ୍ଚଳରେ ମୁଗଚାଷ ଭଲ ହୋଇଥିବା କାରଣରୁ ଏବର୍ଷ ମଧ୍ୟ ଚାଷୀମାନେ ମୁଗଚାଷକୁ ଗୁରୁତ୍ବଦେଇ ବହୁଳ ପରିମାଣରେ ମୁଗଚାଷ କରିଥିଲେ । ହେଲେ ବର୍ଷା ଅଭାବରୁ ଜମି ଶୁଖୁଲା ପଡିବାରୁ ମୁଗଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଯାହାକିଛି ଚାଷ ବଞ୍ଚିଥୁଲା ତାହା ଚାତକ ପରି ବର୍ଷାଜଳକୁ ଅପେକ୍ଷା କରିଥିଲା । ଏହି ଅଦିନିଆ ବର୍ଷା କିଛି ମୁଗଚାଷୀଙ୍କୁ ଖୁସି ପ୍ରଦାନ କରିଥିବା ବେଳେ, ଆମ୍ବ ଚାଷୀ ମାନଙ୍କୁ ଦେଇଯାଇଛି ଅନେକ ଦୁଃଖ। ବିଗତ ବର୍ଷ ଅପେକ୍ଷା ଏବର୍ଷ ବହୁଳ ପରିମାଣରେ ଆମ୍ବ ବଉଳି ଥିଲା । ଏହା ଦେଖ୍ ଆମ୍ବ ଚାଷୀ ଠିକ୍ ଦୁଇ ପଇସା ଉପାର୍ଜନ କରିବା ପାଇଁ ଆଶା ବାନ୍ଧିଥିଲେ । ହେଲେ ଅଦିନିଆ ବର୍ଷା ସେମାନଙ୍କ ଆଶାକୁ ଆଶାରେ ରଖିଦେଲା। ବର୍ଷା କାରଣରୁ ଆମ୍ବ ବଉଳ ଝଡିକି ନଷ୍ଟ ହୋଇଗଲା । ସେଥ୍ ସଥୂପାଇଁ ଦୁଃଖରେ ରେ ଆମ୍ବ ଚାଷୀ, ଏହା ସହିତ ଅଦିନିଆ ବର୍ଷା ଇଟାପଥର ବ୍ୟବସାୟୀ ମାନଙ୍କୁ ମ ମଧ୍ୟ କ୍ଷତିଗ୍ରସ୍ତ କରି ଦେଇଛି ଶକ୍ତଧକ୍କା। ପାଣିପାଗ ବିଭାଗର ସୂଚନ ନା ଅନୁସାରେ ଆଗକୁ କିଛିଦିନ ମେଘୁଆ ପାଗ ରହିବା ସାଙ୍ଗକୁ ସ୍ଥାନେ ସ୍ଥାନେ ଘଡଘଡି ସହ କୁଆପଥର ବର୍ଷା ହେବା ଯଥେଷ୍ଟ ସମ୍ଭାବନା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق