ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ
ରାୟଗଡ଼ -
ନିର୍ବାକ ମହାବିଦ୍ୟାଳୟ, ରାୟଗଡ଼ ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ: ରାଜେଶ ପାଢି , ଜିଆଇଏସିଆର ଅନୁଷ୍ଠାନର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ରଥ, ରାଜ୍ୟପାଳ ପୁରସ୍କୃତ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥିରୂପେ ଯୋଗ ଦେଇ ମଞ୍ଚାସୀନ ଥିଲେ , ଅଧ୍ୟକ୍ଷ ଡ: ଅଶୋକ କୁମାର ମିଶ୍ର ଏହାର ଆୟୋଜନ କରିବା ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ |
କ୍ରିମିନାଲ୍ ଆଇନ ଏବଂ ଟେକ୍ନୋଲୋଜୀ ସନ୍ଦର୍ଭରେ ଆୟୋଜିତ ଏହି କର୍ମଶାଳାରେ ଆଇନ ଛାତ୍ର ଛାତ୍ରୀ ସାଇବର ଅପରାଧ, ଆହାର ଡିଜିଟାଲ ସାକ୍ଷ୍ୟର ପ୍ରକାର ଓ ତାହାର ଆଇନଗତ ଦିଗ ପ୍ରତି ଆଲୋକପାତ କରି ପ୍ରକଳ୍ପ ଗୁଡିକର ଉପାସ୍ଥାପନ କରିଥିଲେ l
ଅପରାହ୍ଣରେ ବିଚାରକ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଏନ୍ ସି ପଟ୍ଟନାୟକ, ସରକାରୀ ପ୍ଲିଡ଼ର ପଦ୍ମନାଭ ଦାଶ, ବ୍ରଜସୁନ୍ଦର ନାୟକ, ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧୀକରଣ ରାୟଗଡ ତରଫରୁ କାର୍ଯ୍ୟ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ପ୍ରତିରୋଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |
ଶେଷରେ ଆଇନ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment