BREAKING
Loading...
:

ଭୋଜିରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା କାର୍, ଡ୍ରାଇଭର ସମେତ ୫ ଆହାତ।

 ଭୋଜିରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା କାର୍, ଡ୍ରାଇଭର ସମେତ ୫ ଆହାତ।




ବେଲଗୁଣ୍ଠା-ଭୁବନେଶ୍ୱରରୁ ଭୋଜି ଖାଇ ନିଜ ଗ୍ରାମ ଭଞ୍ଜନଗର ଫେରୁଥିବା ବେଳେ ବେଲଗୁଣ୍ଠା ନିକଟରେ ଏକ କାର୍(ଓଡି୦୨AW୯୧୧୬) ଏକ ଗଛକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କ ସହ ଗାଡି ଚଳାଉଥିବା ପୁଅ ମଧ୍ୟ ଗୁରୁତର ଆହତ ହୋଇଛି । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଏବଂ ରୋଟାରୀ କ୍ଳବ୍ ର କିଛି ସଦସ୍ୟ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅଟୋ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ଖବର ନେବାରୁ ଜଣା ପଡିଛି ଯେ, ଭଞ୍ଜନଗରର ସୁବୁଦ୍ଧି ପରିବାରର ୫ ଜଣ ଭୁବନେଶ୍ୱରରେ ଏକ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଓ ଲୁଣିଝୋଳା ମଧ୍ୟରେ ଅପରାହ୍ନ ୩.୩୦ ମି ସମୟରେ କାରଟି ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଯାହା ଫଳରେ କି ପ୍ରଚଣ୍ଡ ଶବ୍ଦ ହୋଇ ଗାଡିରେ ବସିଥିବା ଭଞ୍ଜନଗରର ଏସ୍ ଭାସ୍କର ସୁବୁଦ୍ଧି (୫୫), ତାଙ୍କ ସ୍ତ୍ରୀ ବବିତା ସୁବୁଦ୍ଧି (୫୨), ଭାସ୍କରଙ୍କ ଭାଇ ଏସ୍ ଗୁପ୍ତେଶ୍ୱର ସୁବୁଦ୍ଧି (୫୨), ଗୁପ୍ତେଶ୍ୱରଙ୍କ ସ୍ତ୍ରୀ ଏସ ବବିତା ସୁବୁଦ୍ଧି (୫୦) ଏବଂ ଗାଡି ଚଳାଉଥିବା ଏସ୍ ସୁବ୍ରତ ସୁବୁଦ୍ଧି (୨୮) ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ଭଞ୍ଜନଗର ରୋଟାରୀ କ୍ଲବର ସଦସ୍ୟ ମାନେ ଗାଡିରୁ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ପରେ ସେମାନଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ମୁଣ୍ଡ, ଗୋଡ ଓ  ହାତରେ ଗଭୀର ଆଘାତ ଲାଗିଥିବାରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ନ ହେଲେ ଭୁବନେଶ୍ବର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ସୁତ୍ରରୁ ଖବର ମିଳିଛି ।ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS