BREAKING
Loading...
:

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ

 ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 



ରାୟଗଡ଼  -

ନିର୍ବାକ ମହାବିଦ୍ୟାଳୟ,  ରାୟଗଡ଼ ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l  ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି,  ସେଞ୍ଚୁରିଆନ  ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ: ରାଜେଶ ପାଢି , ଜିଆଇଏସିଆର ଅନୁଷ୍ଠାନର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ରଥ,  ରାଜ୍ୟପାଳ ପୁରସ୍କୃତ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥିରୂପେ ଯୋଗ ଦେଇ ମଞ୍ଚାସୀନ ଥିଲେ , ଅଧ୍ୟକ୍ଷ ଡ: ଅଶୋକ କୁମାର ମିଶ୍ର ଏହାର  ଆୟୋଜନ କରିବା ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ  |  

     କ୍ରିମିନାଲ୍ ଆଇନ ଏବଂ ଟେକ୍ନୋଲୋଜୀ ସନ୍ଦର୍ଭରେ ଆୟୋଜିତ  ଏହି କର୍ମଶାଳାରେ  ଆଇନ ଛାତ୍ର ଛାତ୍ରୀ ସାଇବର ଅପରାଧ, ଆହାର ଡିଜିଟାଲ ସାକ୍ଷ୍ୟର ପ୍ରକାର ଓ ତାହାର ଆଇନଗତ ଦିଗ ପ୍ରତି ଆଲୋକପାତ କରି ପ୍ରକଳ୍ପ ଗୁଡିକର ଉପାସ୍ଥାପନ କରିଥିଲେ l 

ଅପରାହ୍ଣରେ  ବିଚାରକ  ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ,  ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର  ଅଧ୍ୟକ୍ଷ  ଶ୍ରୀ ଏନ୍ ସି ପଟ୍ଟନାୟକ, ସରକାରୀ ପ୍ଲିଡ଼ର ପଦ୍ମନାଭ ଦାଶ, ବ୍ରଜସୁନ୍ଦର ନାୟକ, ପ୍ରମୁଖ ଯୋଗ ଦେଇଥିଲେ l   ଜିଲ୍ଲା ଆଇନ ସେବା ପ୍ରାଧୀକରଣ ରାୟଗଡ ତରଫରୁ କାର୍ଯ୍ୟ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ପ୍ରତିରୋଧ ସମ୍ପର୍କିତ ସଚେତନତା  ଶିବିର ଅନୁଷ୍ଠିତ ହୋଇଥିଲା  |

ଶେଷରେ ଆଇନ ଛାତ୍ର ଛାତ୍ରୀଙ୍କୁ  ପୁରସ୍କୃତ କରାଯାଇଥିଲା  |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS