ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ..
'ନିର୍ଯାତନା ମାମଲାରେ ସବୁବେଳେ ଭୁଲ୍ ନୁହଁନ୍ତି ଶାଶୁଘର ଲୋକ, ମହିଳାମାନେ ବି ଆଇନର ଉଠାଉଛନ୍ତି ଫାଇଦା'
ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ଯୌତୁକ ନିର୍ଯାତନା ମାମଲାରେ ସବୁବେଳେ ଭୁଲ୍ ନୁହଁନ୍ତି ଶାଶୁଘର ଲୋକ, ମହିଳାମାନେ ବି ଉଠାନ୍ତି ଆଇନ କାନୁନର ଫାଇଦା। ଏକ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ କୋର୍ଟ ଭତ୍ସନା କରିଛନ୍ତି। ମହିଳା ଜଣଙ୍କ ମଧ୍ୟସ୍ଥତା ପାଇଁ ବାରମ୍ବାର ସର୍ତ୍ତ ବଦଳାଉଥିବାରୁ କୋର୍ଟ ତାଙ୍କୁ ଲୋଭୀ ବୋଲି କହିଛନ୍ତି।
ଏକ ଯୌତୁକ ନିର୍ଯାତନା ମାମଲାରେ ଶୁଣାଣି କରି ଜଷ୍ଟିସ୍ ନୀନା ବଂସଲ କୃଷ୍ଣାଙ୍କ ବେଞ୍ଚ ମାମଲାକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ଵାମୀ ଏବଂ ଶ୍ଵଶୁରଙ୍କ ଠାରୁ ଅଧିକରୁ ଅଧିକ ଧନ ପାଇବାର ଲାଳସାରେ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯୌତୁକ ନିର୍ଯାତନା ମାମଲାର ଦୂରୁପଯୋଗ ହୋଇଥିବା ଏହି କେସ୍ ରୁ ସ୍ପଷ୍ଟ ଜଣାପଡ଼ୁଛି। ଆଇନର ଅପବ୍ୟବହାର ଯେମିତି ନହୁଏ ସେଥିପ୍ରତି ଅଦାଲତଙ୍କୁ ସଚେତନ ହେବା ଜରୁରୀ। ଗତ କିଛି ବର୍ଷ ହେଲା ଗୋଟିଏ ପରିବାର ପୁଲିସ ଏବଂ ଅଦାଲତର ଚକ୍କର କାଟୁଛି। ବେଞ୍ଚ ଏହି ମାମଲାରେ ଅଭିଯୁକ୍ତ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି କ୍ଲିନଚିଟ୍ ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق