ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ
ଆସନ୍ତା ବର୍ଷ ଜାନୁଆରୀ - ଫେବୃଆରୀ ପଞ୍ଚାୟତ ଓ ପୌର ନିର୍ବାଚନ । ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା । ସୂଚନା ଦେଇ କହିଛନ୍ତି ଯେ କାର୍ଯ୍ୟକାଳ ସରୁଥିବାରୁ ନୂଆ ନିର୍ବାଚନ ହେବ । ସେହି ନିର୍ବାଚନ ପାଇଁ ଆଜି ଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ । ଘରକୁ ଘର ବୁଲି ହେବ ଭୋଟର ସର୍ଭେ ।
ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ । ଏସଆଇଆର ସହ ଏହି ସର୍ଭେର୍ର କୌଣସି ସମ୍ପର୍କ ନାହିଁ । ଆବଶ୍ୟକସ୍ଥଳେ ହୋଇପାରେ ବୁଥ୍ ପୁନର୍ଗଠନ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق