ବିଶିଷ୍ଟ ସାହିତ୍ୟିକ ପରୋଲୋକ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଲୋଚକ ଡକ୍ଟର ସୂର୍ଯ୍ୟ ନାରାୟଣ ଦାଶ ୮୫ ବର୍ଷ ବୟସରେ ଅଫେରା ରାଇଜକୁ ଚାଲିଗଲେ।
ସେ ଅବସରପ୍ରାପ୍ତ ଅର୍ଥ ବିଭାଗର ଉଚ୍ଚ ପଦାଧିକାରୀ ରହିଥିଲେ ମଧ୍ୟ ଓଡ଼ିଆ ସାହିତ୍ୟକୁ ଯଥେଷ୍ଟ ଅବଦାନ ରହିଥିଲା। ସମାଲୋଚନା ପ୍ରବନ୍ଧ, ଜୀବନ, ଆଧ୍ୟାତ୍ମିକ ପୁସ୍ତକ ର ରଚୟିତା।ଏକଶତ ୧୦୦ ରୁ ଉର୍ଦ୍ଧ ପୁସ୍ତକ ଓଡ଼ିଶାର ବହୁ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଅନେକ ଗବେଷକ ଡକ୍ଟର ଦାଶଙ୍କ ପୁସ୍ତକର ସହାୟତା ନେଇ ଗବେଷଣା କରିଛନ୍ତି।
ଡକ୍ଟର ଦାଶ ନିଜ ବ୍ରହ୍ମପୁର ବାସଭବନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଡକ୍ଟର ଦାଶଙ୍କ ବିୟୋଗରେ ଓଡିଆ ସାହିତ୍ୟ ର ବହୁ କ୍ଷତି ହୋଇଛି।ଆଇନଜୀବୀ ଅନୀଲ କୁମାର ଦାଶ ଓ ଶୁଭାଶିଷ ଦାଶ ଦୁଇ ପୁତ୍ର ଓ ପୁତ୍ରବଧୂ ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ। ସମଗ୍ର ସହରରେ ଶୋକରଛାୟା ଖେଳି ଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق