ପଞ୍ଚାୟତର ଅନୁମୋଦନ ସ୍ୱତ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ପ୍ରକାଶିତ ହୋଇଥିବା ସାନି ବିଜ୍ଞପ୍ତିରେ ବାଦ ପଡ଼ିଥିବା ବଡ କୁଷସ୍ଥଳି ପଞ୍ଚାୟତର ବଡ଼ କୁଷସ୍ଥଳି ଗ୍ରାମ ଏଵଂ ସାନ କୁଷସ୍ଥଳି ଗ୍ରାମକୁ ପ୍ରକାଶ ପାଇବାକୁ ଥିବା ଚୂଡାନ୍ତ ବିଜ୍ଞପ୍ତିରେ ସ୍ଥାନିତ କରିବାକୁ ଦାବୀ ପତ୍ର।
ବ୍ରହ୍ମପୁର --ବଡ଼ କୁଷସ୍ଥଳି ପଞ୍ଚାୟତର ବଡ଼ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମବାସୀ ଏଵଂ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ମିଳିତ ପ୍ରତିନିଧି ମଣ୍ଡଳୀ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଉଦ୍ଧେଶ୍ୱରେ ତାଙ୍କ ଅନୁପସ୍ଥିତିରେ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରାଙ୍କୁ ପ୍ରଦାନ କରିଥିଲେ। ଉଭୟ ଗ୍ରାମବାସୀ ଓ କମିଟି ସଦସ୍ୟ ମାନେ ପଞ୍ଚାୟତର ଏବଂ ପଞ୍ଚାୟତ ରାଜ ବିଭାଗର ଅନୁମୋଦନ ଥିବା ସ୍ୱତ୍ତେ ବଡ଼ କୁଷସ୍ଥଳି ପଞ୍ଚାୟତର ଚାରୋଟି ଗ୍ରାମ ମଧ୍ୟରୁ ପଲ୍ଲୀ ଗୁମୂଳା ଓ ବଡ ଗୁମୁଳା ଗ୍ରାମ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନିମନ୍ତେ ପ୍ରଥମରୁ ସଙ୍କଳ୍ପ ପତ୍ର ଦାଖଲ କରିସାରିଥିଲା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଗତ ଡ଼ିସେମ୍ବର ୨୪ ତାରିଖରେ ବଡ଼ କୁଷସ୍ଥଳି ପଞ୍ଚାୟତ ପକ୍ଷରୁ ବଡ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମକୁ ମହାନଗର ନିଗମରେ ସାମିଲ ନେଇ ପଞ୍ଚାୟତ ରଜ ବିଭାଗ ନିକଟରେ ସଙ୍କଳ୍ପ ପତ୍ର ଦାଖଲ କରିଥିଲେ। ଏହି ଦୁଇ ଗ୍ରାମ ମିଶ୍ରଣ ନେଇ ମହାନଗର ନିଗମରେ ପ୍ରସ୍ତାବ ପାରିତ ସହ ଜିଲ୍ଲା ପ୍ରଶାସନ ପଞ୍ଚାୟତ ରାଜ ବିଭାଗର ଅନୁମୋଦନ ନିମନ୍ତେ ପଠେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ପଞ୍ଚାୟତ ରାଜ ବିଭାଗ ଏହି ଦୁଇ ଗ୍ରାମ ମିଶ୍ରଣ ନେଇ ଏନଓସି ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଦାଖଲ କରିଥିଲେ ମଧ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ସାନି ବିଜ୍ଞପ୍ତି ରେ ଏହା ସ୍ଥାନ ପାଇନଥିବାରୁ କମିଟି ଉଦବେଗ ପ୍ରକାଶ କରିଛି। ପଞ୍ଚାୟତ ରାଜ ବିଭାଗ ଏଵଂ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ସମନ୍ୱୟ ଓ ବୁଝାମଣାର ଅଭାବ ହିଁ ଏହି ପରିସ୍ଥିତି ସୃଷ୍ଟି ହେଇଛି ବୋଲି ଡେପୁଟି କମିଶନର ମତ ପ୍ରକାଶ କରିଥିଲେ। ଜିଲ୍ଲା ସ୍ତରର ପ୍ରଶାସନର ତପ୍ତରତା ବିଭାଗ ସ୍ତରରେ ଦେଖା ଦେଇଥିଲେ ଏହି ତ୍ରୁଟି ରହି ନଥାନ୍ତା ବୋଲି ମତ ପ୍ରକାଶ ପାଇଛି ।ସେ କହିଥିଲେ ଯେ ଆପଣ ମାନେ ସମସ୍ତ ପ୍ରତିବନ୍ଧକ ଭିତରେ ଏହାକୁ ଏତେ ବାଟ ଆଣିଲେ ତେଣୁ ଆପଣ ମାନେ ହିଁ ଏହି ଗ୍ରାମ ଦୁଇଟି କିଭଳି ସାମିଲ ହୋଇପାରିବ ଆପଣଙ୍କ ପ୍ରଭାବକୁ ଉପଯୋଗ କରି ଏଇଟା ପାଇଁ ମଧ୍ୟ ସେଇଭଳି ଚେଷ୍ଟା କରନ୍ତୁ ବୋଲି କହିଥିଲେ।ଏଠାରେ ସୁଚନା ଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାର ଚଉଦଟି ପଞ୍ଚାୟତ ଏଵଂ ସମସ୍ତ ପଞ୍ଚାୟତର ୩୬ ଟି ରାଜ୍ଵସ୍ଵ ଗ୍ରାମ ପରିବର୍ତ୍ତେ ୩୪ ଟି ରାଜ୍ୱସ୍ଵ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ନିମନ୍ତେ ବିଧିନିଦ୍ଧିଷ୍ଟ ସମ୍ବଳିତ ଯେଉଁ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ବଡ଼ କୁଷସ୍ଥଳି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ କରାଯାଇଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଯଦିଓ ସମୁଦାୟ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରାଯାଇଥିବାର କୁହାଯାଇଛି, କିନ୍ତୁ ପଞ୍ଚାୟତର ଚାରୋଟି ରାଜ୍ଵସ୍ୱ ଗ୍ରାମ ମଧ୍ୟରୁ କେବଳ ଦୁଇଟି ଗ୍ରାମ ଯଥା ବଡ଼ ଗୁମୁଳା ଓ ପଲ୍ଲୀ ଗୁମୁଳା ଗ୍ରାମ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଗତ ଡିସେମ୍ବର ୩୧ ତାରିଖ ୨୦୨୫ ରେ ପ୍ରକାଶିତ ହୋଇଥିବା ନୋଟିଫିକେସନରେ ସ୍ଥାନ ପାଇଥିଲା ବେଳେ ପଞ୍ଚାୟତର ଅନ୍ୟ ଦୁଇଟି ଗ୍ରାମ ବଡ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମ କୌଣସି କାରଣ ବଶତଃ କିମ୍ୱା ଭୁଲ୍ ବଶତଃ ଏହି ବିଜ୍ଞପ୍ତି ସୂଚୀରୁ ବାଦ୍ ପଡି ଯାଇଛି। ଯାହା ଫଳରେ ପଞ୍ଚାୟତ ତଥା ଗ୍ରାମବାସୀଙ୍କ ମଧ୍ୟରେ ଏହି ଦୁଇ ଗ୍ରାମର ସ୍ଥିତି ନେଇ ଦ୍ୱନ୍ଦ ,ଶଙ୍କା ଓ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅଧିକନ୍ତୁ ପଞ୍ଚାୟତ ତରଫରୁ ଏହି ଦୁଇ ଗ୍ରାମର ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ରେଜୋଲୁସନ ଏଥିପୂର୍ବରୁ ପାରିତ କରି ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ନିକଟରେ ଦାଖଲ କରାଯାଇ ସାରିଛି। ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଏହାକୁ ବିଧିବଦ୍ଧ ଭାବେ ମିଶ୍ରଣ ସପକ୍ଷରେ ପ୍ରସ୍ତାବ ପାରିତ କରି ସୁପାରିଶ କରି ସାରିଛନ୍ତି। ସେହିପରି ଏହି ପ୍ରସ୍ତାବକୁ ଆୟୁଧ କରି ପଞ୍ଚାୟତ ରାଜ ବିଭାଗ ଆପତ୍ତିହୀନ ଅନୁମୋଦନ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦେଇଥିଲେ ସୁଦ୍ଧା ଆମ ପଞ୍ଚାୟତର ଏହି ଦୁଇଟି ଗ୍ରାମ ଆଶ୍ଚର୍ଯ୍ୟଜନକ ଭାବେ ବାଦ୍ ପଡ଼ିଯାଇଛି। ଏହି ଦୁଇ ଗ୍ରାମ ଚୂଡାନ୍ତ ବିଜ୍ଞପ୍ତିରେ ସ୍ଥାନ ପାଇଲେ ଏହା ଚଉଦଟି ପଞ୍ଚାୟତ ଓ ୩୬ ଟି ଗ୍ରାମ ସାମିଲ ହେବ।ତେଣୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ବିଭାଗ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଆପତ୍ତି ଓ ପରାମର୍ଶ ସକାଶେ ଯେଉଁ ତିରିଶ ଦିନ ସମୟ ଦେଇଛନ୍ତି ତାହାକୁ ଉପଯୋଗ କରି ଆମର ରହିଯାଇଥିବା ବଡ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମ କିଭଳି ୩୦ ଦିନ ପରେ ପ୍ରକାଶ ପାଇବାକୁ ଥିବା ଚୂଡାନ୍ତ ବିଜ୍ଞପ୍ତି ସୂଚୀରେ ସ୍ଥାନିତ ହେଇପାରିବ ପଦକ୍ଷେପ ଗ୍ରହଣ କରିବେ ବୋଲି ଆମେ ନିବେଦନର ସହ ଆଶା କରୁ। ପ୍ରତିନିଧି ସଭାପତିଙ୍କ ବ୍ୟତୀତ ତପନ କୁମାର ସାହୁ,ଗୌର ହରି ସାହୁ, ରାମକୃଷ୍ଣ ସାହୁ, ଆର୍ ରାମଚନ୍ଦ୍ର ରେଡ୍ଡୀ, ଟୁନା ସେଠୀ, ମିଟୁ ବେହେରା, କିଶୋର ଚନ୍ଦ୍ର ଗୌଡ଼,ଲକ୍ଷ୍ମୀକାନ୍ତ ଜେନା, ପ୍ରେମାନନ୍ଦ ବେହେରା, ଏମ୍ ଲାବଣ୍ୟ ପାତ୍ର, ବି ଭି ସାଗର, ଅଜିତ୍ କୁମାର ପଟ୍ଟନାୟକ, କାଳିନ୍ଦୀ ଚରଣ ନାୟକ,ପ୍ରବୀଣ କୁମାର ପଟ୍ଟନାୟକ, ସୁନିଲ ପାତ୍ର , ଦେବୀ ପ୍ରସାଦ ଦାସ, ଜୀତେନ୍ଦ୍ର କୁମାର ପାଢ଼ୀ, ଦିଗାମ୍ବର ସାମନ୍ତରାୟ, ଶ୍ରୀମନ୍ତ ପାଣିଗ୍ରାହୀ ଓ ଟି ସୁଦେଶ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق