BREAKING
Loading...
:

ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ ବେଳେ ବିଭାଗ ର ପୋଲ୍ ଖୋଲିଲେ ପାଣିପଞ୍ଚାୟତ କର୍ମକର୍ତ୍ତା ଓ ଆନନ୍ଦପୁର ବିଧାୟକ

 ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ ବେଳେ ବିଭାଗ ର ପୋଲ୍ ଖୋଲିଲେ ପାଣିପଞ୍ଚାୟତ କର୍ମକର୍ତ୍ତା ଓ ଆନନ୍ଦପୁର ବିଧାୟକ



 ସେପଟେ  ବିଲ ତଳମୁଣ୍ଡକୁ ପାଣି ନାହିଁ , ଏପଟେ ବିଭାଗ ପାଳନ କରୁଛି ପାଣି ପଞ୍ଚାୟତ ସପ୍ତାହ ା ଆନନ୍ଦପୁର ଜଳସମ୍ପଦ ବିଭାଗ ଡାକବଙ୍ଗଳା ପରିଷରରେ ଜଳ ସେଚନ ବିଭାଗ ତରଫରୁ ଆୟୋଜିତ  ପାଣି ପଞ୍ଚାୟତ ସପ୍ତାହ ପାଳନ ଅବସରରେ ଏଭଳି କିଛିକହି ବିଭାଗ ଉପରେ ବର୍ଷିଛନ୍ତି ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତା ା ଉପଯୁକ୍ତ ସମୟରେ କେନାଲ ର ମରାମତୀ ଅଭାବ ସହ ଦଳ ସଫା ନହେବାରୁ କେନାଲ ପାଣି ତଳ ମୁଣ୍ଡରେ ଥିବା ଚାଷୀର କ୍ଷେତରେ ପହଁଞ୍ଚିପାରୁନାହିଁ ା ସେହିପରି କେନାଲ ରୁ ଦଳ ସଫା  କଲେ ତାର ବିଲ୍ ପାଇବାକୁ ବର୍ଷ ବର୍ଷ ଲାଗି ଯାଉଛି ା ଫଳରେ ପାଣି ପଞ୍ଚାୟତ କର୍ମକର୍ତା ମାନେ ବିଭାଗି ଅଧିକାରୀ ଙ୍କ କଥାରେ କାମ କରିବାକୁ ଏବେ ଅନିଚ୍ଛା  ପ୍ରକାଶ କରୁଛନ୍ତି ା ଚାଷୀ କୁ କେନାଲ ଯୋଗେ ପାଣି ଯୋଗାଇବାକୁ ଯେଉଁ ଅର୍ଥ ଆସୁଛି ତାହା ବିଭାଗିୟ  ସ୍ତରରେ ବାଟମାରଣା ଯୋଗୁଁ ଚାଷୀ କୂଳ ପ୍ରଭାବିତ ହେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ା ସେପଟେ କିନ୍ତୁ ବିଭାଗିୟ ଭୁଲ୍ କୁ ସ୍ବିକାରା କରିବାକୁ ଅଧିକାରୀ ନାରାଜ୍ ା ବିଭାଗିୟ ଅଧିକାରୀ ଓଲଟା ଚାଷୀ ଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି ା କେନାଲ ଉପର ମୁଣ୍ଡର ଚାଷୀ ମାନେ ପାଣି ଅଟକାଇବାରୁ ତଳ ମୁଣ୍ଡର ଚାଷୀ ପାଣି ପାଉନଥିବା ଉତ୍ତର ରଖିଛନ୍ତି ା ସେପଟେ ଆଜିର ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥିଭାବେ ଯୋଗ ଦେଇଥିବା ଆନନ୍ଦପୁର ବିଧାୟକ , ଚାଷୀ ଙ୍କ ହିତକୁ ଦୃଷ୍ଟିରେ ରଖି  ସମସ୍ତ  ପାଣିପଞ୍ଚାୟତ କର୍ମକର୍ତ୍ତା ଙ୍କସହ ବୈଠକରି ଚାଷୀ କିଭଳି ପାଣି ପାଇବେ ସେଦିଗରେ ବିଭାଗିୟ ଅଧିକାରୀ ଧ୍ଯାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS