BREAKING
Loading...
:

ସପ୍ତମ ମା ବ୍ରାହ୍ମଣୀ ଦେବୀ ନାଇଟ୍ କ୍ରିକେଟ ମ୍ୟାଚ୍ ଉଦଘାଟିତ

 ସପ୍ତମ ମା ବ୍ରାହ୍ମଣୀ ଦେବୀ ନାଇଟ୍ କ୍ରିକେଟ ମ୍ୟାଚ୍ ଉଦଘାଟିତ 



ଗଣିଆ ୦୭/୦୧ (ମଣିଭଦ୍ରା ଖବର) ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ମା ବ୍ରାହ୍ମଣୀ ଦେବୀ କ୍ଳବ ଆନୁକୂଲ୍ୟରେ ସପ୍ତମ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ଗୀତାରାଣୀ ବେହେରା, ସାମାଜିକ କର୍ମୀ ବିଜୟ କୁମାର ବେହେରା  ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଖେଳିବା ପାଇଁ ସ୍ଥିର କରାଯାଇଥିବା ବେଳେ ବୁଧବାର ୮ଟି ଦଳ ଯଥାକ୍ରମେ ବଳରାମ ପ୍ରସାଦ,କାଳିଆପଡା, ବିଜୟନଗର, ନାରାୟଣ ପ୍ରସାଦ,ପଥରଦ୍ବାର, ଗଣିଆ,ସାତପାଟଣା ଏବଂ ପାଣ୍ଡରାସିଙ୍ଗା ଦଳ ଖେଳିବେ ବୋଲି ଆୟୋଜକ କମିଟି ତରଫରୁ ସୂଚନା ମିଳିଛି । କାଳିଆପଡା ଗ୍ରାମବାସୀ ତଥା ମା ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS