ଗଣିଆ ପୋଲିସ ତରଫରୁ କଡା ଚେକି°
ଗଣିଆ ୦୫/୦୧(ମଣିଭଦ୍ରା ଖବର) ଗଣିଆ ପୋଲିସ ତରଫରୁ ଗଣିଆ ଚଊବଙ୍ଗ ଛକ ଠାରେ ଥିବା ବସଷ୍ଟାଣ୍ଡ ସମ୍ମୁଖରେ କଡା ଚେକି° କରାଯାଇଥିବା ଦେଖିବାକୁ ମିଳିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ନିର୍ଦ୍ଦେଶରେ ଏଏସଆଇ ଶାହା ଆଲାମ ଖାଁ, କନେଷ୍ଟବଳ ଭାସ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ଗାଡି ମୋଟର ଚେକି° କରିଥିଲେ । ଡ୍ରାଇଭି° ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର, ହେଲମେଟ,ସିଲ୍ଟବେଲ୍ଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଗାଡି ଚଲାଇବା ବେଳେ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଚାଳକ ମାନଙ୍କୁ ଜଣାଇଥିଲେ ।
ଏପରିକି ଅନେକ ସମୟରେ ଏହି ରାସ୍ତା ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ମିଳିବା ପରେ କାର ଗୁଡିକର ଡିକି ଖୋଲିବା ସହିତ ତନ୍ନ ତନ୍ନା କରି ଚେକି° କରାଯାଇଛି । ଅନେକ ଜନସାଧାରଣଙ୍କୁ ଫାଇନ୍ ନକରି ସଚେତନ କରିବା ସହିତ ବୁଝାସୁଝା କରି ଛାଡି ଦିଆଯାଇଥିବା ବେଳେ ପରବର୍ତ୍ତୀ ମୁହୁର୍ତରେ ଚାଲାଣ କଟାଯିବ ବୋଲି ଏଏସଆଇ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment