BREAKING
Loading...
:

ବୁର୍ଲାଠାରେ 'ସେବା' ତରଫରୁ ମାଗଣା ଆଖି ପରୀକ୍ଷା ଶିବିର ଓ କମ୍ବଳ ବଣ୍ଟନ

 ବୁର୍ଲାଠାରେ 'ସେବା' ତରଫରୁ ମାଗଣା ଆଖି ପରୀକ୍ଷା ଶିବିର ଓ କମ୍ବଳ ବଣ୍ଟନ



ସମ୍ବଲପୁର:


'ସେବା' ସାମାଜିକ ସଂଗଠନ ସଭାପତି ଛତ୍ରପତି ଡ.ଦୀପକ ପାଣ୍ଡେ ଓ ମୁଖ୍ୟ ଉପଦେଷ୍ଟା ନିହାଲ ସିଂଙ୍କ ତତ୍ତ୍ଵାବଧାନରେ ବୁର୍ଲା ପୋଷ୍ଟଅଫିସ ସମ୍ମୁଖରେ ୫୦ଜଣ ଗରିବ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଫୁଲ୍ଲ କୁମାର ନାୟକ, ଅନିତା ନାୟକ ଓ ଆଡଭୋକେଟ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।  ସେହିପରି ମୋଦି ଯୁବକ ସଂଘ, ଅଟାଚକି ପଡ଼ା, ବୁର୍ଲାଠାରେ ତ୍ରିଲୋଚନ ନେତ୍ରାଳୟ ସହଯୋଗରେ ୧୬୮ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା  କରାଯାଇଥିବା ବେଳେ ମୋତିଆବିନ୍ଦୁ ଚିହ୍ନଟ ୨୦ଜଣଙ୍କ ହୋଇଥିଲା । ୧୧୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଏହାକୁ ସଭାପତି ଛତ୍ରପତି ଡ.ଦୀପକ ପାଣ୍ଡେ ଓ ମୁଖ୍ୟ ଉପଦେଷ୍ଟା ନିହାଲ ସିଂଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଡ.ସୁଶିଲ କୁମାର ବେହେରା,  ସମ୍ମାନିତ ଅତିଥି ଆଶୁ କବି ଗଦାଧର ନିଆଲ, ଆକାଶବାଣୀ ଗୀତିକାର ଶିବଶଙ୍କର ପ୍ରଧାନ, ବିପ୍ରଚରଣ ଜୟପୂରିଆ, ରୁପାଞ୍ଜଳି ରଣବିଡା, ଭାଗିରଥି ପଣ୍ଡା ଓ ଅମିନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ପୂର୍ବତନ କାଉନସିଲର ସୁଶାନ୍ତ ତାଣ୍ଡି, ଜମୁନା ଶିକା, ପିଙ୍କି ଲୁହା, ନିଲାବତି ତାଣ୍ଡି, ଶିବପ୍ରୀୟା ସାହୁ, ରୁକ୍ମଣୀ ଗଣ୍ଡ,  ମଥୁରା ନାୟକ, ସନ୍ତୋଷିନି ବାଦି ଓ ପ୍ରତିମା ଶିକା ପ୍ରମୁଖ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS