୯ ତାରିଖରେ ନୟାଗଡରେ ନିଯୁକ୍ତି ମେଳା
ନୟାଗଡ (ମଣିଭଦ୍ରା ଖବର) ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ନୟାଗଡ ଆନୁକୂଲ୍ୟରେ ଆସନ୍ତା ୯ ତାରିଖ ଶୁକ୍ରବାର ଦିନ ପୋଲିସ ଟ୍ରେନିଂ ସ୍କୁଲ୍ ପଡିଆ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଉକ୍ତ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ନିଯୁକ୍ତି ଦାତା ଓ ଦକ୍ଷତା ବୃଦ୍ଧି ତାଲିମ ଦାତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ୮ଟି ବ୍ଳକର ୮ମ ପାସ ଠାରୁ ସ୍ନାତକ, ଆଇଟିଆଇ, ଡିପ୍ଲୋମା ପାସ୍ ପର୍ଯ୍ୟନ୍ତ ୧୮ରୁ ୩୫ ବର୍ଷ ବୟସ ମଧ୍ୟରେ ବେକାର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିପାରିବେ । ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହିତ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଯୋଗଦେବା ପାଇଁ ସ୍ଥିର କରାଯାଇଛି । ଅଧିକ ବିବରଣୀ ପାଇଁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ଅନୁରୋଧ ।
ମଣିଭଦ୍ରା ଖବର,ନୟାଗଡ



Post a Comment