BREAKING
Loading...
:

ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ ର ବୈଠକ

 ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ ର ବୈଠକ




ଭଞ୍ଜ ନଗର ନିକଟସ୍ତ ଅଗଝୋଳ ମାଁ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ଠାରେ ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା କଳାକାର ସଂଘର ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକ ରେ ଉପଦେଷ୍ଟା ଭାବେ  ଶ୍ରୀ କାଳୁ ଚରଣ ସାହୁ ( ବରିଷ୍ଠ ସଂଗୀତ ଗୁରୁ)ଉପ ଦେଷ୍ଟା ଶ୍ରୀ ନୀଳ ମାଧବ ସ୍ୱାଇଁ,ସଂଘ ସଭା ପତି ଶ୍ରୀ ବବ୍ରୁ ବାହାନ ଗୌଡ଼, ସମ୍ପାଦକ ଶ୍ରୀ କେଶବ ଆଚାର୍ଯ୍ୟ,ଉପ ସଭାପତି ଶ୍ରୀ ସିମାଞ୍ଚଳ ଗୌଡ଼, ସହ ସମ୍ପାଦକ ଶ୍ରୀ ବାଲ୍ମୀମିକିଗୌଡ଼, କୋଷାଧକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ ସମେତ ପରିଚାଳନା କମିଟି ବିଦ୍ୟା ଧର ଦଳ ବେହେରା,ଅଶୋକ କୁମାର ଗନ୍ତାୟତ, କୃଷ୍ଣ ଚନ୍ଦ୍ର ଗୌଡ଼, ବିଦ୍ୟା ଧର ପାତ୍ର, ନୀଳ କଣ୍ଠ ପ୍ରଧାନ,ସିଦ୍ଧେସ୍ଵରବେହେରା, ଚନ୍ଦନ ପ୍ରଧାନ,ଗୌର ହରି ସ୍ୱାଇଁ,କେଦାର ଜେନା, ନିଶାକର ପ୍ରଧାନ, ରବିନ୍ଦ୍ର ବାଢତ୍ୟ,ରାଜୁ,ବାବୁଲା ସେଠୀ, ଟୁନା ଡାକୁଆ ସମେତ ବହୁ କଳାକାର ଯୋଗ ଦାନ କରିଥିଲେ, ଏହି ପରିପ୍ରେକ୍ଷୀରେ ଘୁମୁସର ଅଞ୍ଚଳ ସୋରଡ଼ା ବ୍ଲକର ଦୁଇ ଜଣ ବରିଷ୍ଠ ଗୁରୁ ଶ୍ରୀ ପରୀ କ୍ଷିତ ବିଶୋଇ,ଶ୍ରୀ ଓ ସନ୍ୟାସୀ ବିଶୋଇଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା।ଦିନକୁ ଦିନ ଲୋପ ପାଇବାରେ ଲାଗିଛି ଲୋକ କଳା ଓ ଲୋକ ନୃତ୍ୟ ଏବଂ ଏହି ଲୋକ ନୃତ୍ୟ ଲୋକ କଳାକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଘୁମୁସର ଅଞ୍ଚଳ ର ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ।

ଆଲୋଚନା  ପରିଶେଷରେ ସଂଘର ପରିଚାଳନା କମିଟି ବିଦ୍ୟା ଧର ଦଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS