ଉଠା ପନିପରିବା ଦୋକାନୀଙ୍କ ମନମାନି: ପରିବା ଦରରେ ରହୁନି ନିୟନ୍ତ୍ରଣ
ବାହାନଗା ,-: ବାହାନଗା ବଜାରରେ ମାଳମାଳ ଉଠା ପନିପରିବା ବେପାରୀ । ପବିତ୍ର କାର୍ତିକ ମାସ ଚାଲିଥିବା ହେତୁ ଉଠା ପନିପରିବା ଦୋକାନ ଗୁଡିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏହାର ଫାଇଦା ଉଠଉଛନ୍ତି ବେପାରୀ । ଏଠାରେ ସବୁବେଳେ କଞ୍ଚା ପନିପରିବା ମିଳୁ ଥିବା ବେଳେ ଦରରେ ନିୟନ୍ତ୍ରଣ ର ହୁ ନ ଥିବା ଅଭିଯୋଗ ହୋଇଛି। ବର୍ତମାନ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ସେଠାରେ ବିଭିନ୍ନ ପନିପରିବା ପୃଥକ ପୃଥକ ଦରରେ ବିକ୍ରି ହେଉଥିବା ଜଣାପଡିଛି l ବାଇଗଣ କିଲୋ ପ୍ରତି କିଏ ୬୦ ରେ ବିକ୍ରି କରୁଥିବା ବେଳେ ଅନ୍ୟ ବେପାରୀ ୭୦ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ଏଥିସହ କୁନ୍ଦୁରି ୬୦ ଟଙ୍କା, କଞ୍ଚା କଦଳୀ ୫୦ ଟଙ୍କା, ଟମାଟୋ 60 ଟଙ୍କା, ବିନ୍ସ ୧୨୦ ଟଙ୍କା, କାଙ୍କଡ଼ ଓ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି । ଯାହା ଗରିବ ଗୁରୁବାଙ୍କ ପାଇଁ ଚିନ୍ତାର କାରଣ।ଉଠା ପନିପରିବା ଦୋକାନ ଗୁଡିକରେ ଅଧିକାଂଶ ବୟସ୍କ ମାନେ ପରିବା ବିକ୍ରି କରୁଥିବା ଯୋଗୁ ଗ୍ରାହକ ମାନେ ଚୁପ ହୋଇ ଯେତେ କହିଲେ ପଇସା ଦେଇକି ଆସିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପନିପରିବା ଦର ନିୟନ୍ତ୍ରଣ କରିବାକୁ ଜନସାଧାରଣ ଦାବି କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق