BREAKING
Loading...
:

ବ୍ରହ୍ମପୁର ବିମାନ ବନ୍ଦର ଓ ରିଂ ରୋଡ କାମ ଯଥାଶୀଘ୍ର ଶେଷ ହେବ; ଓଡ଼ିଶା ଡେଭଲପମେଣ୍ଟ ଫୋରମ କୁ ପ୍ରତିଶୃତି ଦେଲେ ଦକ୍ଷିଣାଞ୍ଚଳ ଆର.ଡି.ସି

 ବ୍ରହ୍ମପୁର ବିମାନ ବନ୍ଦର ଓ ରିଂ ରୋଡ କାମ ଯଥାଶୀଘ୍ର ଶେଷ ହେବ; ଓଡ଼ିଶା ଡେଭଲପମେଣ୍ଟ ଫୋରମ କୁ ପ୍ରତିଶୃତି ଦେଲେ ଦକ୍ଷିଣାଞ୍ଚଳ ଆର.ଡି.ସି 



ବ୍ରହ୍ମପୁର: ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କାମ ଶୀଘ୍ର ସାରିବା, ବ୍ରହ୍ମପୁର ଠାରେ ଗ୍ରୀନ ଫିଲଡ ବିମାନ ବନ୍ଦର ପ୍ରତିଷ୍ଠା କରିବା ଓ ବ୍ରହ୍ମପୁର ରିଂ ରୋଡ କାମକୁ ଯଥାଶୀଘ୍ର ସମ୍ପୂର୍ଣ କରିବା ପାଇଁ ଦକ୍ଷିଣାଞ୍ଚଳ ଆର.ଡି.ସି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ମିଶି ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ଦାବିପତ୍ର ପ୍ରଦାନ ସହ ବିସ୍ତୃତ ଆଲୋଚନା କରିଥିଲେ। 


ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ମାନେ ଦକ୍ଷିଣାଞ୍ଚଳ ଆର.ଡି.ସି ମହୋଦୟ ଙ୍କୁ ମିଶି ଜିଲ୍ଲାର ସବୁଠୁ ମହତ୍ତ୍ୱ ପୂର୍ଣ୍ଣ କାମ ଭିତରେ ଥିବା ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କାମ କୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ। ଏହା ପରେ ଦକ୍ଷିଣାଞ୍ଚଳ ଆର.ଡି.ସି ମହୋଦୟ, ଏକ ସମୀକ୍ଷା ବୈଠକ ଡକାଇ ସଂପୃକ୍ତ ସମସ୍ତ ବିଭାଗ ର ଅଧିକାରୀଙ୍କୁ ଏକ ସମୟ ସୀମା ମଧ୍ୟରେ ଏହି ବିମାନ ବନ୍ଦର ସମ୍ପ୍ରସାରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ବିଭିନ୍ନ ବିଭାଗର ଅବହେଳା ଯୋଗୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନଥିଲା। ବର୍ତ୍ତମାନ ସୁଦ୍ଧା ବହୁ ଆନୁସଙ୍ଗିକ କାର୍ଯ୍ୟ ବାକି ଅଛି, କିନ୍ତୁ ବିମାନ ବନ୍ଦର ସମ୍ପ୍ରସାରଣ କାମ ତ୍ୱରାନ୍ୱିତ ହୋଇଥିବାରୁ ଫୋରମ୍ କାର୍ଯ୍ୟକର୍ତ୍ତା ଆର.ଡି.ସି ମହୋଦୟ ଙ୍କୁ ଧନ୍ୟବାଦ ଦେଇଥିଲେ।

 

ସେହିପରି ଗତ ୧୦ ବର୍ଷ ଧରି ବ୍ରହ୍ମପୁର ବାଇପାସ୍ କାମ ଅତି ଶିଥିଳ ଗତିରେ ଚାଲିଥିବା ଓ ରିଂ-ରୋଡ କାମ ପ୍ରାୟ ୭୦ ପ୍ରତିଶତ ସରିବା ପରେ ଠପ୍ ଥିବା ଆର.ଡି.ସି ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଚିନ୍ତା ବ୍ୟକ୍ତ କରିବା ସହ ଅତିଶୀଘ୍ର ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ସମୀକ୍ଷା କରିବା ପାଇଁ କହିଥିଲେ।


ଏହାଛଡା ବିମାନ ବନ୍ଦର ର ଯେଉଁ ୪ ଟି କାମ ବିଳମ୍ବରେ ଚାଲିଛି ଯଥା- ରନୱେ ସମ୍ପ୍ରସାରଣ ରାସ୍ତାରେ ଏକ କେନାଲ ରହିଛି, ତାହାକୁ ଦିଗ ପରିବର୍ତ୍ତନ କରି ଅନ୍ୟ ରାସ୍ତା ପଟେ ନେବା, ବିମାନ ବନ୍ଦର ଶେଷରେ ଥିବା ୧୦ ଟି ଘର ଅନ୍ୟତ୍ର ସ୍ଥାନାନ୍ତର କରାଯିବା, ଓପିଟିସିଏଲ ତରଫରୁ କେବଲ କାର୍ଯ୍ୟ ସାରିବା, ଏଟିସି ଟାୱାର କାମ ସମ୍ପୂର୍ଣ୍ଣ କରାଯିବା ଇତ୍ୟାଦିକୁ ନେଇ ଆଲୋଚନା ବେଳେ, ବିଭିନ୍ନ ବିଭାଗର ଅଧୁକାରୀଙ୍କୁ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ଆର.ଡି.ସି ମହୋଦୟ ସୂଚନା ଦେଇଥିଲେ ଓ ଡିସେମ୍ବର ସୁଦ୍ଧା ଏହିସବୁ କାର୍ଯ୍ୟ ସମାପ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। 


ଏହି ଆଲୋଚନା ବେଳେ, ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଭାପତି ରାମ ପ୍ରସାଦ ତ୍ରିପାଠୀ, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଂଜନ ପଟ୍ଟନାୟକ, ଫୋରମ୍ ସଚିବ V.ସୋମେଶ୍ୱର ରାଓ, ଲକ୍ଷ୍ମୀ ପାଢ଼ୀ, ପ୍ରବୀଣ ପଟ୍ଟନାୟକ, ଫୋରମ୍ ସହ-ସଚିବ ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁଙ୍କ, ପ୍ରକାଶ ଭଜାନି, SOSA ସଭାପତି ଏନ. ନୀଳମାଧବ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS