BREAKING
Loading...
:

ଖୁଣ୍ଟା ଥାନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ।

 ଖୁଣ୍ଟା ଥାନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ।

 



ଶୁକ୍ରବାର ସକାଳ 8 ଘଟିକା ସମୟରେ, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜନ୍ମ ଜୟନ୍ତୀ ଅବସରରେ ଖୁଣ୍ଟା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଛି । ଏହି ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଏକତା ଉଦ୍ଦେଶ୍ୟରେ ଗୟଳମାରା ଛକରୁ ଥାନା ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟର ବ୍ୟାପି ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ବୁଦ୍ଧିଜିବୀ,ଖୁଣ୍ଟା ପୋଲିସ ଏବଂ ଖୁଣ୍ଟା ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏକତା ଦୌଡ ପରେ ଥାନା ଅଧିକାରୀ ଶ୍ରୀ ପଞ୍ଚାନନ ମହାନ୍ତିଙ୍କ ପରିଚାଳନାରେ ଥାନା ପରିସର ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନିମନ୍ତ୍ରିତ ସମ୍ମାନିତ ଅତିଥି ଭାବେ ସାନଖୁଣ୍ଟା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁମିହାଁସଦା, ସମିତି ସଭ୍ୟ ଶ୍ରୀ ରଞ୍ଜନ ମହାନ୍ତି,14 ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ଲେଙ୍କା, ଖୁଣ୍ଟା ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜବା କିଷ୍କୁ, ଡ଼ିଗ୍ରୀ ମହାିଦ୍ୟାଳୟର ବଟାନି ଲେକ୍ଚର ଦେବୀରାଣୀ ମହାନ୍ତ, ପଲିଟିକାଲ ସାଇନ୍ସ ଲେକ୍ଚର୍ ଡକ୍ଟର ସ୍ନେହାଶିସ ସେଠୀ ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରି ତାଙ୍କର ଜୀବନୀ ଉପରେ ସ୍ମୃତି ଚାରଣ କରିଥଲେ।ଏକତା ଦୌଡ଼ରେ ପ୍ରଥମ, ଦିତ୍ୱିୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ  କରିଥିଲେ। ଏହି ପବିତ୍ର ଦିବସରେ ଖୁଣ୍ଟା ଥାନା ଅଧିକାରୀ ଶ୍ରୀ ପଞ୍ଚାନନ ମହାନ୍ତି ଖୁବ ସୁନ୍ଦର ଭାବରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ଦୀର୍ଘ ସମୟର ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଯାହା ସମାଜ ପାଇଁ ଆଦର୍ଶ ହୋଇ ରହିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS