BREAKING
Loading...
:

ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ

 ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ 

ଗଣିଆ ୧୮/୧୦(ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡା ଗ୍ରାମରେ ତ୍ରୟୋବି°ଶତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଏବଂ ପ୍ରବଚନ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସୋମବାର ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ବ୍ୟାସ ଭାବେ ଅମୂଲ୍ୟ ରତ୍ନ ତ୍ରିପାଠୀ, ଆଚାର୍ଯ୍ୟ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ରାମେଶ୍ଵର ମହାଦେବ ଜୀଉ ମନ୍ଦିର ଟ୍ରଷ୍ଟ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି ।

 ପ୍ରତ୍ୟହ ସୂର୍ଯ୍ୟପୂଜା, ରାମଚରିତ ମାନସ ପଠନ,ବାଳଗୋପାଳ ସେବା,ବ୍ରାହ୍ମଣ ସେବା, ଦୀପ ଯଜ୍ଞ,ପ୍ରବଚନ କାର୍ଯ୍ୟକ୍ରମ,ରାମ ନାଟକ ଆଦି ଅନୁଷ୍ଠିତ ହେଉଅଛି । ଓଡ଼ିଶାର ବରେଣ୍ୟ ପ୍ରବଚକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା,ବସନ୍ତ କୁମାର ପଣ୍ଡା,ବସନ୍ତ କୁମାର ମଙ୍ଗରାଜଙ୍କ ପ୍ରବଚନ ଶୁଣିବାକୁ ସନ୍ଧ୍ୟା ସମୟରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ସୋମବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ତଥା ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ତରଫରୁ ଜଣାପଡିଛି ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS