ବ୍ଳକ ସ୍ତରୀୟ କବାଡି ଓ ଖୋ ଖୋ ପ୍ରତିଯୋଗିତା
ଗଣିଆ ୧୮/୧୦(ମଣିଭଦ୍ରା ଖବର) ବିଦ୍ୟାଳୟ ସ୍ତରୀୟ ସମୁହ କ୍ରିଡା ସଂଗଠନ ତରଫରୁ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ବ୍ଳକ ସ୍ତରୀୟ କବାଡି ଓ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ,କ୍ରିଡା ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ, କୁମୁଦିନୀ ଦେଇ ପ୍ରମୁଖ ଉପସ୍ଥିତ ଥିଲେ । କ୍ରିଡା ମନକୁ ପ୍ରଫୁଲ୍ଲିତ ରଖିବା ସହିତ ଆନନ୍ଦ ପ୍ରଦାନ କରିଥାଏ । ଶାରିରୀକ ଅଭିବୃଦ୍ଧି ପାଇଁ କ୍ରିଡା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି କ୍ରିଡା ଉତ୍ସବରେ ଅଂଶଗ୍ରହଣ କରିଥିଲେ । କ୍ରିଡା ଶିକ୍ଷକ ବିଶ୍ବ ରଞ୍ଜନ ସାହୁ, ନିରଞ୍ଜନ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق