BREAKING
Loading...
:

ନିଟ ପିଜି ପ୍ରବେଶିକା ପରୀକ୍ଷାରେ ବିଶ୍ବମ୍ଭରଙ୍କ ସଫଳତା

 ନିଟ ପିଜି ପ୍ରବେଶିକା ପରୀକ୍ଷାରେ ବିଶ୍ବମ୍ଭରଙ୍କ ସଫଳତା



ଖଣ୍ଡପଡା (ମଣିଭଦ୍ରା ଖବର ) ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଆୟୋଜିତ ନିଟ ୨୦୨୫ ପିଜି ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଖଣ୍ଡପଡା ବ୍ଲକର ମର୍ଦ୍ଦରାଜପୁର ପଞ୍ଚାୟତ ଅଧିନ ଗିରିଡିପାଟଣା ଗ୍ରାମର ଛାତ୍ର ବିଶ୍ବମ୍ଭର ଖୁଣ୍ଟିଆ।ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ବିଶ୍ବମ୍ଭର ୨୦୨୪ ରେ ବ୍ରହ୍ମପୁରସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ସରକାରୀ ଚିକିତ୍ସାଳୟର ଶଲ୍ୟଚିକିତ୍ସା ବିଭାଗରେ ଡାକ୍ତର  ଭାବେ କାର୍ଯ୍ୟରତ ଥିବା ଜଣାପଡିଛି।ନିଟ ପିଜି ପ୍ରବେଶିକା ପରୀକ୍ଷାରେ ସେ ସଫଳତା ହାସଲ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ଖଣ୍ଡପଡ଼ା ଓ ଆଖପାଖ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଆୟୁର୍ବେଦ ଡାକ୍ତର ବିଶ୍ବମ୍ଭରଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି।ଦୃଢ ଆତ୍ମ ବିଶ୍ଵାସ,ଶିକ୍ଷକଙ୍କ ପ୍ରେରଣା ଓ ପରିବାରବର୍ଗଙ୍କ ଆର୍ଶୀବାଦ ଯୋଗୁଁ ସଫଳତାର ଶୀର୍ଷରେ ସେ ପହଞ୍ଚି ପାରିଛନ୍ତି ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ବିଶ୍ବମ୍ଭରଙ୍କ ସଫଳତାକୁ ନେଇ ପରିବାରବର୍ଗ ଓ  ଅଞ୍ଚଳବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS