ଦଶପଲ୍ଲା ବିଜ୍ଞାପିତ ପରିଷଦ କାଉନସିଲର ମାନଙ୍କର ଧାରଣା
ଦଶପଲ୍ଲା ୧୭/୧୦ ଦଶପଲ୍ଲା ବିଜ୍ଞାପିତ ପରିଷଦ ର କାଉନସିଲର ମାନେ ବିଭିନ୍ନ ସମସ୍ୟା ନେଇ ଆଜି ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ କରିଛନ୍ତି,ଦାବି ସଂପର୍କରେ ବାରମ୍ବାର ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଯାଇଥିଲା ବେଳେ କୋୖଣସି ପ୍ରତିକାର ନହେବାରୁ ଆଜି ଧାରଣା ଦେଇଛନ୍ତି,ଦାବି ଗୁଡ଼ିକ ମଧ୍ୟରେ
ଏନ୍.ଏ.ସି ର ୱାର୍ଡ଼ ନଂ-୦୫,୦୬,୧୦ ରେ ନିର୍ମାଣ ହୋଇଥୁବା ଦୋକାନ ଗୃହ ଗୁଡ଼ିକ ଦୀର୍ଘ (୩ବର୍ଷର ଉଦ୍ଧ) ଦିନରୁ କାର୍ଯ୍ୟ ଶେଷ ହୋଇଅଛି । ତେଣୁ ତାହାକୁ ଯୁଦ୍ଧ କାଳୀନ ଭିଭିରେ ବଂଟନ କରାଯାଉ
ଯୋଗାଣ ବିଭାଗ ଦ୍ବାରା ଇ-କେ.ଓ୍ୱାଇ.ସି. ହୋଇଥିବା ସମସ୍ତ ହିତାଧିକାରୀ ମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଉ ।
୨୦୨୪-୨୫ ଓ ୨୦୨୫-୨୬ ମସିହାର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟ ଯଥା ଶିଘ୍ର ଟେଣ୍ଡର କରି କାର୍ଯ୍ୟାଦେଶ ଦିଆଯାଉ , ୱାର୍ଡ଼ ନଂ-୦୬ରେ ଥିବା ସ୍ମାଟ ପାର୍କକୁ ଆସିଥିବା ସମସ୍ତ ଅର୍ଥକୁ ଖର୍ଚ୍ଚ କରି ପୂର୍ଣାଙ୍ଗ କରାଯାଉ , ୱାର୍ଡ଼ ନଂ-୦୯ରେ ନିର୍ମାଣ ହୋଇଥିବା ଆଦର୍ଶ ଶ୍ମଶାନକୁ ଶିଘ୍ର କାର୍ଯ୍ୟକାରୀ କରାଯାଉ।
ଏନ୍.ଏ.ସି ଅଫିସ୍ ବିଲ୍ଟିଙ୍ଗ୍ରେ ବା ମିଟିଙ୍ଗହଲଟିକୁ ତୁରନ୍ତ ବ୍ୟବହାର ଯୋଗ୍ୟ କରି ମିଟିଙ୍ଗ୍ କରାଯାଉ ।
ଏନ୍.ଏ.ସି ର ପ୍ରବେଶ ପଥରେ Welcome ଗେଟ ଯଥାଶିଘ୍ର ନିର୍ମାଣ କରାଯାଉ ।
ପ୍ରତ୍ୟେକ ମାସର ଆୟବ୍ୟୟ ଅଟକଳ ପ୍ରତିମାସ ମିଟିଙ୍ଗରେ କାଉନ୍ସିଲର ମାନଙ୍କୁ ପ୍ରଦାନ କରାଯାଉ ।
ଏନ୍.ଏ.ସି ରେ ସ୍ବତନ୍ତ୍ର ଆମିଷ ବଜାର ପାଇଁ RMC ଆର ଏସ ସି ଠାରୁ ଅନୁମତି ଆଣି ଯଥାଶିଘ୍ର ଗୃହ ନିର୍ମାଣ କରିବା ସହିତ ତୁରନ୍ତ ବଂଟନ କରାଯାଉ , ସର୍ବ ପୁରାତନ ନାରାୟଣଗଞ୍ଜ ହାଟର ସୀମା ନିର୍ଦ୍ଧାରଣ କରି ଏକ ଆଦର୍ଶ ହାଟ ରୂପେ ରୂପାୟନ କରାଯାଉ ଏନ୍.ଏ.ସି ରେ ବାୟୋମେଟ୍ରିକ୍ ବାନ୍ଧ୍ୟତା ମୂଳକ କରାଯାଉ ।
ଏନ୍.ଏ.ସି ରେ କନିଷ୍ଠ ଯନ୍ତ୍ରୀ ଓ ପୌର ଯନ୍ତ୍ରୀଙ୍କୁ ନିୟମିତ କରାଯାଉ , ଏନ୍.ଏ.ସି. ମଧ୍ୟରେ ଥିବା ସମସ୍ତ ମୂଲ୍ୟବାନ ସରକାରୀ ଜାଗା ଗୁଡ଼ିକୁ ଚିହ୍ନଟ କରାଯାଇ ଏନ୍.ଏ.ସି. ର ଭନ୍ନତୀ ମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉ ।
ବଡ଼ ଦୁଃଖର ବିଷୟ ସାତପାଟଣା ରାସ୍ତାପ୍ରତି ବିଜ୍ଞାପିତ ଅଂଚଳ ପରିଷଦର ବବୈମାତୃକ ମନୋଭାବ ଅତି ଚିନ୍ତାର ବିଷୟ ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق