BREAKING
Loading...
:

ନାବାଳିକା ଭଉଣୀଙ୍କୁ ବଳାତ୍କାର, ଅଭିଯୁକ୍ତ ଛୁ

 ନାବାଳିକା ଭଉଣୀଙ୍କୁ ବଳାତ୍କାର,  ଅଭିଯୁକ୍ତ ଛୁ



କୁଜଙ୍ଗ,  -: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳରେ ସମ୍ପର୍କୀୟା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଛୁ ହୋଇଯାଇଛନ୍ତି l ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ  ପୋଲିସ ମାମଲା (ନଂ. ୩୭୮/୨୫ ) ରୁଜୁ କରି ତଦନ୍ତ ଜାରି ରଖିଛି।ହୋଇଥିବା ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତା ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ। ରାତି ରେ ପୀଡ଼ିତା ନିଜ ବଡ଼ବାପାଙ୍କ ପୁଅ ତଥା ଅଭିଯୁକ୍ତ ସାରଦା ପ୍ରସାଦ ମଲ୍ଲ(୨୫) ନାବାଳିକା ଭଉଣୀଙ୍କୁ ଜୋର ଜବରଦସ୍ତ ଘରୁ ଟାଣି ନେଇ ବାରିପଟେ ଥିବା କଦଳୀ ବଣ ନିକଟରେ ବଳାତ୍କାର କରିଥିଲେ।   ଥାନାରେ ଅଭିଯୋଗ ହେବାରୁ ସାରଦା ଫେରାର ହେବାକୁ ସକ୍ଷମ ହୋଇଥିଲା । ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସବ୍‌ଇନ୍ସପେକ୍ଟର ରଶ୍ମି ରଞ୍ଜନ ସାହୁ କହିଛନ୍ତି। ଅଭିଯୁକ୍ତ ସାରଦା ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି। ଏହି ଘଟଣା କୁ ନେଇ ସାରା ଅଂଚଳ ରେ ଚର୍ଚ୍ଚା ଜୋର ଧରିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS