ସୋର ଥାନା ଏବେ ଦଲାଲ ମୁକ୍ତ
(ସୋର, -):ବାଲେଶ୍ୱର ଜିଲ୍ଲା ଅଧୀନ ସୋର ଥାନାରେ ପୂର୍ବରୁ ଦଲାଲ ଙ୍କ ଆତଙ୍କ ଜୋରଦାର ଥିଲା l ଅତୀତରେ ଏହି ଥାନାର କର୍ମଚାରୀ ମାନେ ଦଲାଲ ରାଜନେତା, କୁଜିନେତା ଙ୍କ ର ଚାମଚାଗିରି କରି ବେଶ ଦୁଇ ପଇସା ଲାଞ୍ଚ ନେଇ ପକେଟ ଗରମ କରୁଥିଲେ l ସାଧାରଣ ଲୋକଟିଏ ଥାନାକୁ ଅଭିଯୋଗ ନେଇ ଗଲେ ଏହି ଦଲାଲ ମାନଙ୍କ ର ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇ ପଡୁଥିଲା l ବିଜେଡି ଶାସନ କାଳରେ ଥିବା ଥାନାଧିକାରୀ ମାନେ ନେତା ଆଉ କୁଜିନେତା ଙ୍କ ଚାମଚାଗିରି କରୁଥିଲେ l ଅତୀତରେ ସୋର ଥାନାରୁ ଉଚିତ ନ୍ୟାୟ ପାଇବାରୁ ଲୋକେ ବଞ୍ଚିତ ହେଉଥିଲେ ମାତ୍ର ଏବେ ବିଜେପି ଶାସନ କାଳରେ ଲୋକେ ଥାନା ରୁ ଉଚିତ ନ୍ୟାୟ ପାଉଥିବାର ନଜିର ଆସିଛି l ସବୁଠାରୁ ବଡ଼ କଥା ହେଲା ଏବେର ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଜଣେ କର୍ତ୍ତବ୍ୟପରାୟଣ, ନିଷ୍ଠାପର, ମିଷ୍ଟଭାସି ମଣିଷ l ସେ ଯେବେଠୁଁ ଥାନାରେ ଯୋଗ ଦେଲେଣି ସାଧାରଣ ଲୋକଟିଏ ନିଜର ସମସ୍ୟା ନେଇ ଗଲେ ଆଇଆଇସି ନିଜେ କଥା ଶୁଣନ୍ତି, ଏବଂ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି l ଏହି ଆଇଆଇସି ଙ୍କ ଠାରେ ରାଜନେତା, ଦଲାଲ ଙ୍କ କଥା କାମ ଦେଉନି l ଯେଉଁଥି ପାଇଁ ଆଇଆଇସି ଜଣେ ଅମାୟିକ ମଣିଷ ହୋଇଥିବାରୁ କିଛି ସ୍ଵାର୍ଥ୍ୟବାଦୀ ଙ୍କ ଆକ୍ରୋଶ ର ଶୀକାର ହେଉଥିବାର ଶୁଣିବାକୁ ମିଳୁଛି l ତଥାବି ନିଜ କର୍ତଵ୍ୟ ଠିକ ଭାବରେ କରୁଥିବା ଏବଂ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରୁଥିବା କଥା କିଛି ବୁଦ୍ଧିଜୀବୀ ଙ୍କ ଠାରୁ ଶୁଣିବାକୁ ମିଳୁଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق