ଡ. ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ ର କମ୍ପୁଟର ଗୃହ ଉଦ୍ଘାଟିତ ।
କଟକ , -:
ଶଙ୍କରପୁର ସ୍ଥିତ ଡ. ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟରେ ଏକ କମ୍ପୁଟର ଗୃହର ନବୀକରଣ କାର୍ଯ୍ୟକ୍ରମ କୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଛତ୍ର ବଜାର ହାଇସ୍କୁଲ ଆଲୁମୁନି କମିଟିର ଅଧ୍ୟକ୍ଷ ଶ୍ରୀ ନିମାଁଇ ଚରଣ ବିଶାଳ ଯୋଗ ଦେଇଥିଲେ। ଏଥିରେ ସମ୍ମାନୀତ ବକ୍ତା ଭାବେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ଯୋଗ ଦେଇ କମ୍ପୁଟର ର ଗୁରୁତ୍ବ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ମହାବିଦ୍ୟାଳୟୁର ପୂର୍ବତନ ଅଧକ୍ଷା ଅମିତା ତ୍ରିପାଠୀ ଏବଂ ଇଂରେଜ ଅଧ୍ୟାପିକା ୟୁ . ଦୀପ୍ତି କୁମାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଲିପିକା ଦାସ, ରାଜକିଶୋର ପରିଡା ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق