BREAKING
Loading...
:

କର୍ମବୀର ବୃନ୍ଦାବନ ନାୟକ ଙ୍କ ଜୟନ୍ତୀ

 କର୍ମବୀର ବୃନ୍ଦାବନ ନାୟକ ଙ୍କ ଜୟନ୍ତୀ  




  ବ୍ରହ୍ମପୁର -: ବୃନ୍ଦାବନ ନାୟକ ସ୍ମୃତି କମିଟି ତରଫରୁ ଏସ୍ଏମଆଇଟି, ଦୈନିକ ଆଶା ସଂସ୍ଥା ସହଯୋଗରେ କର୍ମବୀର ବୃନ୍ଦାବନ ନାୟକଙ୍କ ୧୧୫ ତମ ଜୟନ୍ତୀ ଉତ୍ସବ ହିଲ ପାଟଣା ସ୍ଥିତ ଏସ୍ଏମଆଇଟି ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଭାପତି ଡ. ଭଗବାନ୍ ଗନ୍ତାୟତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାଊ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ଡ. ବାୟାମନ୍ୟୁ ଚର୍ଚି,ସମ୍ମାନୀତ ଅତିଥି ଭାବେ ପୂର୍ବତନ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତଃ ବୃନ୍ଦାବନ ନାୟକ ନୀତି ଓ ଆଦର୍ଶ ସମ୍ପର୍କ ରେ ଆଲୋକପାତ  କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ନାଟ୍ୟକାର ତଥା ସଂଗଠକ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ସାମ୍ବାଦିକତା ଓ ଗଣ ଯୋଗାଯୋଗ  ବିଭାଗର ଟପ୍ପର ଛାତ୍ରୀ ମାମାଲୀ ନାୟକ ଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।ଦୈନିକଆଶା ସମ୍ପାଦକ ପ୍ରମୋଦ କୁମାର୍ ପଣ୍ଡା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବାବେଳେ ଏସ ଏମ୍ ଆ ଇ ଟି ସଂପାଦକ ଜାମୁଲା ଶଙ୍କର ନାରାୟଣ ଧନ୍ୟବାଦ ଅର୍ପଣ କରିଥିଲେ । କର୍ପୋରେଟର ତଥା ସାମ୍ବାଦିକତା ବିଭାଗ ର ପରିଚାଳିକା ଡ.ସୋନାଲି ଗନ୍ତାୟତ , ଅଧ୍ୟକ୍ଷ ଡ଼. ହରିଶ ବେହେରା, ପ୍ରଭାକର ସାହୁ, ରବି ପଟ୍ଟନାୟକ ଙ୍କ ସମେତ ବହୁ କର୍ମଚାରୀ, ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  କମାପଲ୍ଲୀ ଛକ ନିକଟରେ ଥିବା ବୃନ୍ଦାବନ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS