BREAKING
Loading...
:

୩୭.୧୦୦ କେଜି ଗଞ୍ଜେଇ ଜବତ ଓ ଚାରି ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

 ୩୭.୧୦୦ କେଜି ଗଞ୍ଜେଇ ଜବତ ଓ ଚାରି ଜଣ ଗିରଫ                    



 ବ୍ରହ୍ମପୁର - ଗୁରୁଦିବସ ଅବସରରେ ବ୍ରହ୍ମପୁର ର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ ପ୍ରଧାନ ଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଇନ୍ସପେକ୍ଟର ଶ୍ରୀ ଅର୍ଜ୍ଜୁନ ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର East coast ଶ୍ରମିକ କଂଗ୍ରେସ ଶାଖା, ରେଳଷ୍ଟେସନ ନିକଟବର୍ତ୍ତୀ ଗୋଷାଣୀ ନୂଆଁ ଗାଁ ଠାରେ ଅଭିଯୁକ୍ତ ସିମାଞ୍ଚଳ ବେହେରା ,୪୫ ବର୍ଷିଆ ଲେଖା ଖଲି, ପୋଷ୍ଟ - କୌଡ଼ିଆ, P S- ହିଞ୍ଜିଳିକାଟୁ (ଗଞ୍ଜାମ) ଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ସହ ପିଆର୍ କେସ ନମ୍ୱର - ୬୨/୨୫- ୨୬ ତାରିଖ ୫ - ୯ -୨୫ ରେ ରୁଜୁ କରାଯାଇଛି।  ଠିକ୍ ସେହିପରି ଗୋପାଳପୁର ଛକ ବସ ରହଣି ପାଖରେ ଅନ୍ୟ ଅଭିଯୁକ୍ତ ଅଜୟ ପ୍ରଧାନ ୪୦ ବର୍ଷିଆ, ଲେଖାଖଲି ପୋଷ୍ଟ - କଉଡିଆ ,   PS- ହିଞ୍ଜିଳିକାଟୁ (ଗଞ୍ଜାମ) ଙ୍କ ଠାରୁ ୮.୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ସହ ପି ଆଇ କେସ ନମ୍ୱର - ୫୮/୨୫ - ୨୬  ତା- ୫.୦୯ .୨୫ ରିଖ ରେ ରୁଜୁ କରାଯାଇଛି, ଏବଂ ଶେଷରେ ବ୍ରହ୍ମପୁର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରାସ୍ତାର ପୋଖରୀ ପାର୍ଶ୍ଵ ରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଯଥା - ରବିରାମ ଧୋତ୍ରେ , ପି - ରାମ ଧୋତ୍ରେ,୨୧ ବର୍ଷିଆ ପେୱା, ପୋ - ଉସୱାଡ, P S- ମନ୍ଥ।, ଜି - ଜଲନ।, ମହାରାଷ୍ଟ୍ର ଓ ଅନ୍ୟ ଜଣେ ଅକ୍ଷୟ ଅଶୋକ କୋକାଡେ , ପି - ଅଶୋକ କୋକାଡେ,୨୪ ବର୍ଷିଆ, ସାଲ୍ସେ , ପୋ - ସୋଲାପୁର , P S- କାରିନାଲା , ଜି- ସୋଲାପୁର , ମହାରାଷ୍ଟ୍ର ଙ୍କ ଠାରୁ ୨୧ କେଜି ଗଞ୍ଜେଇ ସହ ଦୁଇଚକିଆ ପେସନ ପ୍ରୋ ମୋଟର ସାଇକେଲ ଜବତ କରାଯିବା ସହ ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ପିଆର କେସ ନମ୍ୱର- ୯୫/୨୫-୨୬ ତା ୫.୦୯.୨୫ରିଖ ରେ ରୁଜୁ କରାଯାଇଛି। ଉକ୍ତ ଗଞ୍ଜେଇ କାରବାର ରେ ଲିପ୍ତ ଥିବା  ଅଭିଯୁକ୍ତ ମାନଙ୍କୁ ଅବକାରୀ ବିଭାଗର କର୍ମଚାରୀ ମାନେ ଅତି ଚତୁରତା ଓ ସଫଳତା ର ସହ କାବୁ କରିଥିଲେ।ସେମାନଙ୍କ ମଧ୍ୟରୁ ଅର୍ଜ୍ଜୁନ ମଲ୍ଲିକ ଅବକାରୀ ଇନ୍ସପେକ୍ଟର ସଦର ରେଞ୍ଜ ବ୍ରହ୍ମପୁର, ସସ୍ମିତା ମଲ୍ଲିକ  ସବ୍ ଇନସପେକ୍ଟର, ଗୋପାଳପୁର ଅବକାରୀ ଥାନା ,ସଂଗୀତା ମହାପାତ୍ର ସବ୍ ଇନ୍ସପେକ୍ଟର ଅବକାରୀ ଥାନା ବ୍ରହ୍ମପୁର -୨ , ଅଜୟ ସାହୁ (ଏ ଏସ ଆଇ),ସନ୍ତୋଷ ପାଢ଼ୀ (ଏ ଏସ ଆଇ), ମନୋରଞ୍ଜନ ମହାପାତ୍ର (ଇ ସି),ସରୋଜ ପରିଡ଼ା (ଇ ସି),ଅଜୟ ପ୍ରଧାନ (ଇ ସି),ଓ ଅନ୍ୟମାନେ ସାମିଲ୍ ଥିଲେ। ସର୍ବସାଧାରଣରେ ଏ ସମସ୍ତଙ୍କୁ ଅତି ପ୍ରଶଂସନୀୟ ବାର୍ତ୍ତା ସହ ଅନେକ ଶୁଭେଚ୍ଛା ର ସୁଅ ଛୁଟିଚାଲିଛି ଓ ତତ୍ ସଙ୍ଗେ ସଙ୍ଗେ ବ୍ରହ୍ମପୁର ସହରବାସୀ ତଥା ଆଖପାଖ ଅଞ୍ଚଳରେ ମଧ୍ୟ ଏମାନଙ୍କ କାର୍ଯ୍ୟକଳାପ କୁ ଅତିମାତ୍ରାରେ ଭୂରି ଭୂରି ପ୍ରଶଂସା କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS