BREAKING
Loading...
:

ଏସିଆ କପରେ ପାକିସ୍ଥାନକୁ ହରାଇ ଭାରତ ଚାମ୍ପିଅନ,ଭାରତ ସ୍ପିନ ବୋଲି° ଆଗରେ ପାକିସ୍ଥାନ ବ୍ୟାଟିଂ ଧରାଶାୟୀ

 ଏସିଆ କପରେ ପାକିସ୍ଥାନକୁ ହରାଇ ଭାରତ ଚାମ୍ପିଅନ,ଭାରତ ସ୍ପିନ ବୋଲି° ଆଗରେ ପାକିସ୍ଥାନ ବ୍ୟାଟିଂ ଧରାଶାୟୀ 

ବ୍ୟୁରୋ (ମଣିଭଦ୍ରା ଖବର)  ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ଥାନ ମଧ୍ୟରେ ଖେଳା ଯାଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ପାକିସ୍ଥାନକୁ ହରାଇ ଭାରତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଟସ୍ ଜିତି ଭାରତ ପ୍ରଥମେ ଫିଲଡି° କରିଥିଲା । ଭାରତ ସ୍ପିନ ବୋଲି° ଆଗରେ ଆତ୍ମସମର୍ପଣ କରି ପାକିସ୍ଥାନ ୧୯.୦୧ ଓଭରରେ ସମସ୍ତ ଉଇକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । 

ଭାରତ ପକ୍ଷରୁ ବୋଲି°ରେ କୁଳଦୀପ ଯାଦବ ୪ଟି ସଫଳତା ହାସଲ କରିଥିଲେ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ ଉତ୍କଣ୍ଠା ଲାଗି ରହିଥିଲା । ଜବାବରେ ଭାରତ ଶେଷ ଓଭରରେ ୧୫୦ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତିବା ସହିତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଭାରତ ପକ୍ଷରୁ ବ୍ୟାଟିଂରେ ତିଲକ ବର୍ମା ଅର୍ଦ୍ଧ ଶତକ ସଂଗ୍ରହ କରିଥିଲେ । ଭାରତ ଜିତିବା ପରେ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ଏହି ବିଜୟ ପରେ  ଭାରତର ବିଭିନ୍ନ ସ୍ଥାନରେ ବାଜା,ବାଣ ଫୁଟିବା ସହିତ ପରସ୍ପର ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି । ସୂର୍ଯ୍ୟ କୁମାର ଯାଦବଙ୍କ ସଫଳ ଅଧିନାୟକତ୍ବରେ ଭାରତ ଏହି ସଫଳତା ହାସଲ କରିଥିବା ଜଣାପଡିଛି । 

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS