BREAKING
Loading...
:

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ

 ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ 



ଖଣ୍ଡପଡ଼ା ୨୮|୯ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ କଣ୍ଟିଲୋ ତଳ ବଜାର ଠାରେ ଦୁର୍ଗାପୂଜା ପାଇଁଁ ରବିବାର ରାତିରେ ଏକ ଟେଣ୍ଡ ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖଣ୍ଡପଡ଼ା ବ୍ଲକର ବେଣାଗାଡିଆ ପଞ୍ଚାୟତ ଅଧିନ କାଦୁଆ ଗ୍ରାମର ଝରିଆ ରାଉତ(୫୩) ଗୁରୁତର ଆହତ ହୋଇଥିବା ଜଣାଯାଇଛି।ବିଦ୍ୟୁତ ଆଘାତରେ ଝରିଆଙ୍କର ମୁହଁ ଓ ଦେହରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଆଶୁ ଚିକିତ୍ସା ନିମନ୍ତେ ପରିବାରବର୍ଗ ତାଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାଯାଇଛି।ତେବେ ଆହତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡ. ଅଭିସାର ପଣ୍ଡାଙ୍କ ଠାରୁ ପ୍ରକାଶ। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS