BREAKING
Loading...
:

ସବୁଦିନ ପାଇଁ ନିରବି ଗଲେ ପର୍ଶୁରାମ

 ସବୁଦିନ ପାଇଁ ନିରବି ଗଲେ ପର୍ଶୁରାମ 



ଗଣିଆ ୨୯/୦୯(ମଣିଭଦ୍ରା ଖବର) ଦିନ ଥିଲା ନିଜର କଳାର ଯାଦୁରେ ଦର୍ଶକଙ୍କୁ ବାନ୍ଧି ପାରିଥିଲେ । ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ନିଜର ଅଭିନୟ ପରିବେଷଣ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ । କିନ୍ତୁ ଆଜି ନିରବି ଯାଇଛନ୍ତି । ଓଡିଶା ପ୍ରସିଦ୍ଧ ଗଣିଆ ଲଙ୍କାପୋଡି ଯାତ୍ରାର ବରିଷ୍ଠ କଳାକାର ଉଦୟ ନାଥ ଡାକୁଆଙ୍କ ମୃତ୍ୟୁ ଘଟିଛି । ସେ ରାମଲୀଳାରେ ପର୍ଶୁରାମ ଏବଂ ବିଭୀଷଣ ଚରିତ୍ରରେ ଅଭିନୟ କରୁଥିଲେ । ବିଶେଷକରି ପର୍ଶୁରାମ ଭୂମିକାରେ ତାଙ୍କର ଅଭିନୟ ଜୀବନ୍ତ ଥିଲା । ସେ ଜଣେ ମେଳାପି,ସାହାର୍ଯ୍ୟକାରୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ରାମଲୀଳା କମିଟି ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହିତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଛନ୍ତି । ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମର ଶରୀର ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS