BREAKING
Loading...
:

ପଠାଣିସାମନ୍ତ ମହାବିଦ୍ୟାଳୟରେ ସଫେଇ କାର୍ଯ୍ଯକ୍ରମ

 ପଠାଣିସାମନ୍ତ ମହାବିଦ୍ୟାଳୟରେ ସଫେଇ କାର୍ଯ୍ଯକ୍ରମ



ଖଣ୍ଡପଡ଼ା ୨୫|୯l୨୦୨୫:- ସ୍ୱଚ୍ଛତା ହିଁ ସେବା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟରେ ପରିବେଶ ସଫେଇ କାର୍ଯ୍ଯକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ବଚ୍ଛ ସଲୀଳା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଅଧ୍ୟାପକ ଗୋପବନ୍ଧୁ ଚୌଧୁରୀ,ରବି ନାରାୟଣ ସାହୁ, ସର୍ବେଶ୍ୱର ମହାରଣା, କ୍ରୀଡା ଶିକ୍ଷକ ସତ୍ୟଜିତ ଦାଶଙ୍କ ସମେତ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରକୁ ଝାଡୁ ମାରି ସଫା କରିବା ସହ ଅଳିଆ,ଆବର୍ଜନା ଉଠାଇଥିବା ଜଣାପଡିଛି।କାର୍ଯ୍ୟକ୍ରମ ଅଧିକାରୀ ରାଜକିଶୋର ପ୍ରଧାନ ଓ ମହାବିଦ୍ୟାଳୟର କର୍ମଚାରୀମାନେ ସ୍ବଚ୍ଛତା କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ। 


ଖଣ୍ଡପଡ଼ା ରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମଣୀଭଦ୍ରା ଖବର

Post a Comment

أحدث أقدم
Header ADS