ପ୍ରାପ୍ଯ ପ୍ରଦାନ ଦାବି ନେଇ,
୪ ଦିନରେ ମିଶନ ଶକ୍ତି ମହିଳାଙ୍କ ଧାରଣା
ଖଣ୍ଡପଡ଼ା ୨୫|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଗତ ୯ ମାସ ହେଲା ମିଶନ ଶକ୍ତିର ମହିଳାମାନଙ୍କୁ ପ୍ରାପ୍ଯ ପ୍ରଦାନରେ ପ୍ରଶାସନର ଚରମ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳାମାନେ। ତେଣୁ ସମସ୍ତ ମିଶନ ଶକ୍ତି ସଦସ୍ୟାଙ୍କୁ ତୁରନ୍ତ ବକେୟା ପ୍ରାପ୍ଯ ପ୍ରଦାନ ସହ ଅନ୍ଯାନ୍ଯ ଦାବି ପୁରଣ ନେଇ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ
ପଞ୍ଚାୟତରୁ ୨୦୦ ରୁ ଉର୍ଦ୍ଧ କାର୍ଯ୍ୟରତ ମିଶନ ଶକ୍ତିର ସଦସ୍ଯାମାନେ ବ୍ଲକ କାର୍ଯ୍ଯାଳୟ ପରିସରରେ ଗତ ସୋମବାର ଠାରୁ ଧାରଣାରେ ବସି ରହି ନାରାବାଜି କରୁଥିବା ବେଳେ ଗୁରୁବାର ଦିନ ତମାମ ମହିଳାମାନେ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟର ମୁଖ୍ଯ ଫାଟକ ସମ୍ମୁଖରେ ବସି ରହି ନାରାବାଜି କରିବା ସହ ରାଜ୍ଯ ସରକାରଙ୍କୁ ଆକ୍ଷେପ କରି କଟୁ ସମାଲୋଚନା କରୁଥିବା ପରିଲକ୍ଷିତ ହୋଇଥିଲା। ରାଜ୍ଯ ସଂଘର ନିଷ୍ପତ୍ତିକ୍ରମେ ନାର୍ଯ୍ଯ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାରତ ମହିଳା ମାନଙ୍କ ଠାରୁ ପ୍ରକାଶ। ପ୍ରକାଶଥାଉକି ବ୍ଲକ କାର୍ଯ୍ଯାଳୟର ମୁଖ୍ଯ ଫାଟକକୁ ଅବରୋଧ କରି ମହିଳାମାନେ ଧାରଣାରେ ବସି ରହିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ଯାଳୟର ୨ୟ ଫାଟକ ଦେଇ ବ୍ଲକ ପରିସରକୁ ଯାତାୟାତ କରୁଥିବା ନଜରକୁ ଆସିଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق