ଖଣ୍ଡପଡ଼ା ବ୍ଲକରେ ଶ୍ରବଣ ଯନ୍ତ୍ର ବଣ୍ଟନ
ଖଣ୍ଡପଡ଼ା୨୫l୯( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଶ୍ରବଣ ଯନ୍ତ୍ର ଦିବ୍ୟଙ୍ଗ ମାନଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୃର୍ବାହ୍ନରେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା ଙ୍କ ତତ୍ବାବଧାନରେ ପ୍ରଦୀପ ପ୍ରଜ୍ବଳନକରି ଆନୁଷ୍ଠାନିକ ଭାବେ କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅଙ୍କୁର ଅଭିଳାଷ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଖଣ୍ଡପଡ଼ାବ୍ଲକ ଅଞ୍ଚଳ ର ୨୨ ଗୋଟି ପଞ୍ଚାୟତ ସମେତ ଏନ୍ ଏ ସି ରୁ ୫୩ ଜଣ ଶ୍ରବଣାଧିତ ଦିବ୍ୟଙ୍ଗ ନିଜ ର ନାମ କୁ ପଞ୍ଜିକରଣ କରିଥିବା ବେଳେ ମାତ୍ର ୨୪ ଜଣ ହିତାଧିକାରୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଭୁବନେଶ୍ୱର ରୁ ଅଡିଓଲୋଜଷ୍ଟି ରବିନ୍ଦ୍ର କୁମାର ନାଥ, ସତ୍ୟ ପ୍ରକାଶ ନାୟକ,ନିଶିଥ ରଞ୍ଜନ ଦାସ ଓ ଲକ୍ଷ୍ମୀପ୍ରିୟା ମଲ୍ଲ ହିତାଧିକାରୀ ମାନଙ୍କୁ ପରୀକ୍ଷା କରିବା ସହ ଶ୍ରବଣ ଯନ୍ତ୍ରର ବ୍ୟବହାର ବିଷୟ ରେ ବୁଝାଇ ଯନ୍ତ୍ର ପ୍ରଦାନ କରିଥିଲେ। ବିଭାଗୀୟ ସହକାରୀ ସୁନିଲ୍ କୁମାର ନିସଙ୍ଗ ସମେତ ସହକର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق