କେନ୍ଦୁପଲ୍ଲୀ ପଂଚାୟତରେ ଶିଳ୍ପ ସଚେତନତା ଶିବିର
ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ପରିସରରେ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି. ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶିବିରରେକଟକ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ସତ୍ୟପ୍ରିୟ ସାହୁ, ଖଦି ପର୍ଯ୍ୟବେକ୍ଷକ ଶଂକର୍ଷଣ ସେଠୀ, ଅତିରିକ୍ତ ପ୍ରାଣୀ ଚିକତ୍ସାକ ବାଙ୍କୀଗଣେଶ ଚନ୍ଦ୍ର ସେଠୀ, କେନ୍ଦୁପଲ୍ଲୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ଚିନ୍ତାମଣୀ ବେହେରା, ଅଗ୍ରଣୀ ବ୍ୟାଙ୍କ ଅନୁଷ୍ଠାରୁ ସତ୍ୟ ନାରାୟଣ ରାଉତ, ସମିତିସଭ୍ୟ ପ୍ରେମାନନ୍ଦ ସାହୁ ପ୍ରମୁଖ ଅତିଥଭାବେ ଯୋଗଦେଇ ଥିଲେ. ଉକ୍ତ ଶିବିରରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ, ଶିଳ୍ପ ନୀତି ଓ ପି ଏମ ବିଶ୍ୱକର୍ମା ଯୋଜନା ସମ୍ବର୍ଦ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା.ଚାକିର ପଛରେ ନଗୋଡ଼ାଇ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରୀ ଯୋଜନାରଲାଭ ଉଠାଇବା କୁ ଅତିଥିମାନେ ଆହ୍ୱାନ ଦେଇଥିଲେ. ଉକ୍ତ ଶିବିରରେ ରବୀନ୍ଦ୍ର କୁମାର ସାହୁ ତରୁଲତା ସାହୁଙ୍କୁ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ହିତାଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା. ଉକ୍ତ ଶିବିରରେ ବୈଦ୍ୟେଶ୍ୱର, କେନ୍ଦୁପଲ୍ଲୀ ପଂଚାୟତର 60 ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق