ଏକ ଦିନ୍ ଏକ ଘଣ୍ଟା ଏକ୍ ସାଥୀ କାର୍ଯ୍ୟକ୍ରମ ଅବସରରେ ରେଣୁକା ଘାଟତୁଠ ସଫେଇ
ବାଙ୍କୀ,(ମାନସ ରଞ୍ଜନ ସାହୁ ):ବାଙ୍କୀ ଏନ୍.ଏ.ସି ପକ୍ଷରୁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ପରିସରକୁ ସଫେଇ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନ୍.ଏ.ସି କର୍ମଚାରୀମାନଙ୍କ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ । ଏନ୍.ସି.ସି , ଏନ୍.ଏସ୍.ଏସ୍ ଓ ରୋଭର ରେଞ୍ଜର ଛାତ୍ରଛାତ୍ରୀମାନେ ଭାଗନେଇ ପରିସରକୁ ସମ୍ପୂର୍ଣ୍ଣ ସଫା କରିଥିଲେ । ନୃସିଂହନାଥ ଅଟୋରିକ୍ସା ଆସୋସିଏସନ୍ ଦ୍ୱାରା ସ୍ୱଚ୍ଛତା ଉପରେ ଅଟୋ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍.ଏ.ସି କର୍ମଚାରୀମାନଙ୍କ ସହ ୱାର୍ଡ ନମ୍ବର ୧୧ ଭୋଇ ସାହି ଗ୍ରାମ୍ୟକମିଟି ସଭ୍ୟମାନେ ସାମିଲ୍ ହୋଇ ବାଙ୍କୀ ବଜାର ପରିକ୍ରମା କରି ଡାକବାଜି ଯନ୍ତ୍ର ଦ୍ୱାରା ପଲିଥିନ୍, ପ୍ଲାଷ୍ଟିକ୍ ଓ ସୋଲ ନିର୍ମିତ ଠୋଳା ବର୍ଜନ ସହ ନିଜ ଅଳିଆକୁ ରାସ୍ତାରେ ନପକାଇ ଏନ୍.ଏ.ସି ସଫେଇ କର୍ମଚାରୀଙ୍କ ଗାଡିରେ ଦେବା ପାଇଁ ନିବେଦନ କରିଥିଲେ । ଏହିପରି ଏକଦିନ୍ ଏକଘଣ୍ଟା ଏକ୍ ସାଥୀ ଅନୁଯାୟୀ ମହାନଦୀ କୂଳ ଚର୍ଚ୍ଚିକା ଗ୍ରାମ ରେଣୁକା ଘାଟତୁଠକୁ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛସାଥୀ, ସ୍ୱଚ୍ଛସୁପରଭାଇଜର, ଅନ୍ୟକର୍ମଚାରୀ ସହ ବାଙ୍କୀ ଅଞ୍ଚଳରେ କାର୍ଯ୍ୟରତ ରାଣୀଶୁକଦେଈ ମହିଳା ସଂଘର ସଭ୍ୟମାନେ ପୂର୍ବତନ ଉପନଗରପାଳ ପୀତିଲତା ଗିରିଙ୍କ ନେତୃତ୍ୱରେ ସାମିଲ୍ ହୋଇ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ସନ୍ତୋଷ କୁମାର ରଣା, ନଗରପାଳଙ୍କ ପ୍ରତିନିଧି କାଉନସିଲର ସନାତନ ବେହେରା, କାଉନସିଲର ପଠାଣୀ ବେହେରା, ବିକଳ ଗୋଚ୍ଛି, ରାଜେନ୍ଦ୍ର ମହାପାତ୍ର, ଚନ୍ଦନଗଣ୍ଠିଆ, ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ପରିମଳ ବିଶେଷଜ୍ଞ ସୁନୀଲ୍ ସେଠୀ, ସହାୟକ ସାନ୍ତନୁ ବେହେରା, ସୁଦର୍ଶନ ରାଉତ, ବିଧାନ ବେହେରା, ଆଶିଷ ବେହେରା, ଜୟନ୍ତ ସ୍ୱାଇଁ , କୁବେର ମହାନ୍ତି , ମନୋଜ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରେଣୁକା ଘାଟତୁଠରେ ବହୁଦିନ ଧରି ପଡିଥିବା କାଚ, ଶିଶି, ପଲିଥିନ୍, ଅଳିଆ ଆଦିକୁ ସମ୍ପୂର୍ଣ୍ଣ ଭାବେ ଗୋଟାଇ ପରିସ୍କାର କରାଯାଇଥିଲା ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق