BREAKING
Loading...
:

ନିଖୋଜ ବ୍ୟକ୍ତିଙ୍କ ତିନି ଦିନ ପରେ ଖଡଖାଇ ନଦୀରୁ ଶବ ଉଦ୍ଧାର

 ନିଖୋଜ ବ୍ୟକ୍ତିଙ୍କ ତିନି ଦିନ ପରେ ଖଡଖାଇ ନଦୀରୁ ଶବ ଉଦ୍ଧାର |

 ରାଇରଙ୍ଗପୁର  (ମଣିଭଦ୍ରା ଖବର) 

ନିଖୋଜ ବ୍ୟକ୍ତିଙ୍କ ତିନି ଦିନ ପରେ ଖଡଖାଇ ନଦୀରୁ ଶବ ଉଦ୍ଧାର ପରେ ରାଇରଙ୍ଗପୁର  ପୌରପରିଷଦଅନ୍ତର୍ଗତ ଇଚିଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗତ 23 ତାରିଖ ରେ ନିଖୋଜ ହେବା ପରେ ଥାନାରେ ସ୍ତ୍ରୀ ଦୀପିକା ବେହେରା କରିଥିଲେ ନିଖୋଜ ଅଭିଯୋଗ କରିଥିଲେ କିନ୍ତୁ  ଅଭିଯୋଗ  ଆଧାରରେ ରାଇରଙ୍ଗପୁର  ଟାଉନ ପୋଲିସ  ବିଭିନ୍ନ ସ୍ଥାନାରେ  ଖୋଜାଖୋଜି କରିଥିଲେ କିନ୍ତୁ  ପାଇନଥିଲେ ହେଲେ  ଆଜି ଉକ୍ତ ବ୍ଯକ୍ତିର ମୃତ ଦେହ ଖଡଖାଇ  ନଦୀକୂଳରେ ଭାସୁଥିବାର ରହଣୀକୁଦର ଗ୍ରାମର କିଛି ମହିଳାମାନଙ୍କ ନଜରକୁ ଆସିଥିଲା । ପରେ ଗ୍ରାମରେ ଖବର  ବିଜୁଳି ବେଗରେ ପ୍ରଘଟ ପରେ ଉକ୍ତ  ଭାସୁଥିବାର  ମୃତ ଶରୀର କୁ ଦେଖି  କିଛି ଲୋକ ଚିହ୍ନଟ  କରିଥିଲେ । ଏବଂ  ରାଇରଙ୍ଗପୁର ଟାଉନ ପୋଲିସ କୁମ୍ଭକର୍ଣ୍ଣ ଖବର ଦେଇଥିଲେ  ।

 ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖଡଖାଇ ନଦୀ ରହଣୀକୁଦର ଘାଟରୁ | ମୃତକ ହେଲେ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ   ଇଚିଣ୍ଡା ୱାର୍ଡ ନମ୍ବର 12 ର ଧୀରଜ ବେହେରା  ବୋଲି ଜଣାପଡିଥିଲା |  ପୋଲିସ ଶବ ଉଦ୍ଧାର କରି ମାଇନା ପାଇଁ ରାଇରଙ୍ଗପୁର  ଡାକ୍ତର  ଖାନାକୁ ପଠାଇଥିଲେ । ପୋଲିସ ଉକ୍ତ  ଘଟଣାରେ  ଏକ ଅପମୃତ  କେସ ନଂ 16/25 ରେ  ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 



Post a Comment

أحدث أقدم
Header ADS