BREAKING
Loading...
:

ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ମିଳୁନି କାମ ବଡୁଛି ଦାଦନ, କାହା ସ୍ୱାର୍ଥରେ ମନରେଗା ଯୋଜନା.

 ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ମିଳୁନି କାମ ବଡୁଛି ଦାଦନ, କାହା ସ୍ୱାର୍ଥରେ ମନରେଗା ଯୋଜନା.




ଲାଞ୍ଜିଗଡ଼ (ମଣିଭଦ୍ରା ଖବର) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ପାଇଁ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରୁଛନ୍ତି ସତ ହେଲେ  ବିଭିନ୍ନ  ଉନ୍ନୟନମୂଳକ କାମରେ ନିୟୋଜିତ ଶ୍ରମିକମାନେ ସ୍ଥାନୀୟ ଠିକାଦାରଙ୍କ ଦ୍ଵାରା ଶୋଷଣର ଶିକାର ହେବା ଓ ଠିକ୍‌ ସମୟରେ ପାରିଶ୍ରମିକ ପ୍ରାପ୍ୟ ପାଉନ'ଥିବାରୁ ନିଜ ଭିଟାମାଟିରେ କାମ କରିବା ପରିବର୍ତ୍ତେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଉଚିତ ମନେ କରୁଛନ୍ତି।ଅନ୍ୟପକ୍ଷରେ ମନରେଗା ଯୋଜନା ଓ ଅନ୍ୟ ଯୋଜନାରେ ଠିକ ଭାବରେ ପ୍ରାପ୍ୟ ପାଉନ'ଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା କୁହାଯାଉଛି। ତେବେ ଲାଞ୍ଜିଗଡ଼ ଏକ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ସରଳତାର ଫାଇଦା ଉଠଉଛନ୍ତି ଦାଦନ ସର୍ଦାର ମାନେ।ଏହାର ସୁଯୋଗ ନେଇଁ ଦାଦନ  ସର୍ଦାର ମାନେ ପୁରୁଣା ଓ ନୂଆଁ ଶ୍ରମିକ ମାନଙ୍କୁ ବଇନା ଦେଇ ସଂରକ୍ଷିତ ରଖିବାକୁ ଗାଁ ଗାଁରେ ପହଞ୍ଚୁଛନ୍ତି। ଯିଏ ଥରେ ସର୍ଦ୍ଧାରଙ୍କ ଠାରୁ ବଇନା ଟଙ୍କା ନେଲା ସେ ସେହି ସର୍ଦ୍ଧାର ପଠାଇବା ସ୍ଥାନକୁ ଯାଇ ଖଟିବାକୁ ବାଧ୍ୟ ହୁଅନ୍ତି।ପାର୍ବଣ ଆରମ୍ଭରୁ ଗରିବ ଶ୍ରମିକ ମାନଙ୍କ ପାଇଁ ଟଙ୍କା ଦରକାର ହେଉଥିବାରୁ ସେମାନେ ବାଧ୍ୟ ହୋଇ ବଇନା ଗ୍ରହଣ କରିଥାନ୍ତି।ଫଳରେ ସର୍ଦ୍ଧାର ମାନେ ଟଙ୍କା ଦେଇ ପାର୍ବଣ ପରେ ଯିବାକୁ ଚୁକ୍ତି କରିଥାନ୍ତି ଓ ଶ୍ରମିକ ମାନେ ପାର୍ବଣ ପରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା ଯୋଜନାରେ ଉତ୍ତମ କାର୍ଯ୍ୟ ଯୋଗାଇଦେବା, ଉତ୍ତମ କାର୍ଯ୍ୟ କରିବା ତଥା ଶ୍ରମିକଙ୍କ ଦୈନିକ ମେଣ୍ଡେଜକୁ ନେଇଁ ଜି.ଆର.ଏସ ଓ ପିଇଓ ମାନଙ୍କୁ ଆୱାର୍ଡ ଦିଆଯାଉଥିବା ବେଲେ ଏପଟେ ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରୁ ହଜାର ହଜାର ଲୋକ ରାଜ୍ୟ ବାହାରକୁ ଦାଦନ ଯାଉଥିବା ବେଳେ ବ୍ଳକରେ ଦିନକୁ ଦିନ ଦାଦନ ସଂଖ୍ୟା ବୃଦ୍ଧି ପାଉଛି।ସେହି ଅନୁପାତରେ ଦାଦନ ନିର୍ଯାତନା ଓ ଏହି କିଛି ବର୍ଷ ହେଲା ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।ଆନ୍ଦ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ବ୍ଲକର ମାଳିଯୁବାଙ୍ଗ ପଞ୍ଚାୟତ କେନ୍ଦୁପେଟ ଗାଁର ରଘୁ ମାଝୀ ଓ ବେନାଗାଁ ପଞ୍ଚାୟତ ବରାପାଲି ଗାଁର କାଲିବାବୁ ହରିଜନ ମୃତ୍ୟୁ ବରଣ କରିଛନ୍ତି।ସେହିପରି କେରଳ ରାଜ୍ୟକୁ ବିଜେପୁର ପଞ୍ଚାୟତ କେନ୍ଦୁପେଟ ଗାଁର ମୁଗୁନା ମାଝୀ ମୃତ୍ୟୁ ବରଣ କରିଥିବା ବେଳେ ଲାଞ୍ଜି ପଞ୍ଚାୟତ ମୂଷାନାଳର ପ୍ରଦୀପ ହରିଜନ ମୃତ୍ୟୁ ବରଣ କରିଛନ୍ତି।ସେହିପରି ତାମିଲନାଡୁ ରାଜ୍ୟକୁ ଲାଖବାହିଲି ପଞ୍ଚାୟତ ଦୋରାସାରଲି ଗାଁର ସହଦେବ ହରିଜନ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ଗୁଜୁରାଟକୁ କାମ କରିବା ପାଇଁ ଯାଇ କମର୍ଦ୍ଧା ପଞ୍ଚାୟତ ମୁଣ୍ଡା ଗାଁର ଚୈତନ୍ୟ ବିଶି ମୃତ୍ୟୁ ବରଣ କରିଛନ୍ତି ହେଲେ ପ୍ରଶାସନ ଜାଣି ଶୁଣି ନିରବ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଲାଞ୍ଜିଗଡ଼ ଆଦିବାସୀ ଅଧ୍ୟୁଷିତ ବ୍ଲକ ଥିବାବେଳେ ଏଥିରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ)। ଉକ୍ତ ସଂସ୍ଥା ଦ୍ୱାରା ମଧ୍ୟ ବ୍ଲକର ବିଭିନ୍ନ ପଞ୍ଚାୟତରେ କୋଟି କୋଟି ଟଙ୍କା ଅନୁଦାନର କାର୍ଯ୍ୟ ଶ୍ରମିକଙ୍କୁ ଯୋଗାଇ ଦିଆଯାଉଥିବା କୁହାଯାଉଥିବା ବେଲେ ତାହା କାହା ସ୍ୱାର୍ଥରେ ମନରେଗା ଯୋଜନା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋକପାତ ହୁଏ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 



Post a Comment

أحدث أقدم
Header ADS